କଦଳୀ ଗଛ ପାଇଁ ହଣାହଣି; ଗୋଟିଏ ପରିବାରର ୫ ଗୁରୁତର

ଗାଁର ରମେଶ ମଲିକଙ୍କ ବାଡକୁ ଲାଗି ପଡୋଶୀ ମାଧିଆ ସନ୍ଧି ବିଗ୍ରହଙ୍କର କଦଳୀ ଗଛ ରହିଥିଲା । ଗଛ କାଟିବାକୁ ରମେଶ ବାରମ୍ବାର କହିଥିଲେ ସୁଦ୍ଧା ମାଧିଆ ଗଛ ନ କାଟିବାରୁ ରମେଶ ଉତକ୍ଷିପ୍ତ ହୋଇଥିଲେ । ଏପରିକି ଏଥିରେ ସେ ଉତ୍ତ୍ୟକ୍ତ ହୋଇ ମାଧିଆ ଓ ତାଙ୍କ ଜ୍ୱାଇଁ ଅଶୋକ ରମେଶଙ୍କ ଘରେ ପଶିଥିଲେ।

ପୁଲିସ୍‌ ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ କରୁଛି।

  • Published: Friday, 10 March 2023
  • , Updated: 10 March 2023, 12:45 PM IST

କଦଳୀ ଗଛ ପାଇଁ ହେଲା ମହାଭାରତ । ମାରଣାସ୍ତ୍ରରେ ହଣାକଟା ଯୋଗୁ ୫ ଜଣ ଗୁରୁତର ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଗୁରୁତରମାନେ ବାପା, ମା’ , ୨ପୁଅ ଓ ଝିଅ ବୋଲି ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବାଲେଶ୍ୱର ଜିଲ୍ଲା ସୋର ଖନ୍ତାପଡା ଥାନା ନଇଛଣପୁର ଗ୍ରାମରେ ହୋଇଛି।

ଗାଁର ରମେଶ ମଲିକଙ୍କ ବାଡକୁ ଲାଗି ପଡୋଶୀ ମାଧିଆ ସନ୍ଧି ବିଗ୍ରହଙ୍କର କଦଳୀ ଗଛ ରହିଥିଲା । ଗଛ କାଟିବାକୁ ରମେଶ ବାରମ୍ବାର କହିଥିଲେ ସୁଦ୍ଧା ମାଧିଆ ଗଛ ନ କାଟିବାରୁ ରମେଶ ଉତକ୍ଷିପ୍ତ ହୋଇଥିଲେ । ଏପରିକି ଏଥିରେ ସେ ଉତ୍ତ୍ୟକ୍ତ ହୋଇ ମାଧିଆ ଓ ତାଙ୍କ ଜ୍ୱାଇଁ ଅଶୋକ ରମେଶଙ୍କ ଘରେ ପଶିଥିଲେ।

ସେମାନେ ପ୍ରଥମେ ରମେଶଙ୍କୁ ଆକ୍ରମଣ କରିଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ଏହାକୁ ବିରୋଧ କରିଥିଲେ। ଏହାପରେ ସେମାନେ ରମେଶଙ୍କ ପତ୍ନୀ, ୨ ପୁଅ ଓ ଝିଅଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନ ଥିଲେ।

ମାଧିଆ ଓ ତାଙ୍କ ଜ୍ୱାଇଁ ରମେଶଙ୍କ ପରିବାରର ସମସ୍ତଙ୍କୁ ମାରଣାସ୍ତ୍ରରେ ବାରମ୍ବାର ଚୋଟ ପକାଇଥିଲେ। ଅତ୍ୟଧିକ ରକ୍ତସ୍ରାବ ହେତୁ ସମସ୍ତେ ଚିତ୍କାର କରି ତଳେ ଛଟପଟ ହେଉଥିଲେ। ଏହାଦେଖି ମାଧିଆ ଓ ତାଙ୍କ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ସ୍ଥାନୀୟ ଲୋକେ ରମେଶଙ୍କ ପରିବାର ସଦସ୍ୟଙ୍କ ଚିତ୍କାର ଶୁଣି ସେମାନଙ୍କୁ ପ୍ରଥମେ ଖନ୍ତାପଡା ଓ ପରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମାଧିଆଙ ଓ ତାଙ୍କ ଝିଅଙ୍କୁ ପୁଲିସ୍‌ ଅଟକ ରଖିଛି । ତାଙ୍କ ଜ୍ୱାଇଁ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି। 

Related story