/odisha-reporter/media/post_attachments/uploads/2016/06/death.-baleswar.jpg)
death.-baleswar
ବାଲେଶ୍ୱର: ବାଲେଶ୍ୱର ସହରର ବାଳାଶ୍ରମ ଛକ ନିକଟରେ ଆଜି ସକାଳେ ଟ୍ରକ୍ ଚାପାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଲଙ୍ଗଳେଶ୍ୱର ଅଞ୍ଚଳର ବରେନ୍ଦ୍ର ନାରାୟଣ ଦାସ। ବରେନ୍ଦ୍ର କୌଣସି କାମରେ ବସ୍ଷ୍ଟାଣ୍ଡରୁ ଭାସ୍କରଗଞ୍ଜକୁ ଯାଉଥିବା ବେଳେ ଟ୍ରକ୍ ଚକ ତଳେ ପଡ଼ିଯାଇଥିଲେ ଓ ଟ୍ରକ ଚକ ବରେନ୍ଦ୍ରଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ବରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଟ୍ରକ୍ଟିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
