Advertisment

ଝିଅକୁ ଝୁରି ଝୁରି ଆତ୍ମହତ୍ୟା କଲେ ବାପାମା’!

ଡିସେମ୍ବର ୨ତାରିଖରେ ରଘୁଙ୍କ ଝିଅକୁ ହତ୍ୟା କରାଯାଇଥିଲା। ରଘୁଙ୍କ ଗାଁର ଜଣେ ବ୍ୟକ୍ତି ତାଙ୍କ ଝିଅକୁ ହତ୍ୟା କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
suicide

suicide

ଏକ ମାତ୍ର ଝିଅର ହତ୍ୟା ପରେ ଉଜୁଡ଼ି ଯାଇଥିଲା ସୁନାର ସଂସାର। ଝିଅକୁ ସବୁବେଳେ ଝୁରି ହେଉଥିଲେ ବାପାମା’। କେମିତି ବଞ୍ଚିବେ, କାହା ପାଇଁ ବଞ୍ଚିବେ ବୋଲି କହୁଥିଲେ। ଶେଷରେ ସେମାନେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ଆଜି ଏହି ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ସେମାନଙ୍କ ଘରୁ ଉଦ୍ଧାର କରାଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଭଡ଼ିଗାଁରେ। ମୃତ ଦମ୍ପତି ହେଲେ ରଘୁ ଭୁଏ ଓ ପ୍ରତିଷ୍ଠା ଭୁଏ।

Advertisment

ରଘୁ ଓ ପ୍ରତିଷ୍ଠା ବେକରେ ଦଉଡ଼ି ଲଗାଇ ଝୁଲି ପଡ଼ିଥିଲେ ବୋଲି ଜଣାପଡ଼ିଛି। ଆଜି ସକାଳେ ରଘୁଙ୍କ ପଡ଼ୋଶୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨ ତାରିଖରେ ରଘୁଙ୍କ ଝିଅକୁ ହତ୍ୟା କରାଯାଇଥିଲା। ରଘୁଙ୍କ ଗାଁର ଜଣେ ବ୍ୟକ୍ତି ତାଙ୍କ ଝିଅକୁ ହତ୍ୟା କରିଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ଏବେ ଜେଲରେ ଅଛି। ତେବେ ରଘୁଙ୍କ ଝିଅକୁ ଅଭିଯୁକ୍ତ ଜଣଙ୍କ କାହିଁକି ହତ୍ୟା କରିଥିଲା, ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।  ଝିଅର ମୃତ୍ୟୁ ପରେ ବାପା ମା’ ତାକୁ ଝୁରି ହେଉଥିଲେ।  ସେଥିପାଇଁ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଗ୍ରାମବାସୀ କହିଛନ୍ତି।

Advertisment
Suicide Crime