ଓଡ଼ିଆ ପୁଅଙ୍କ ଇସାରାରେ ନାଚୁଛନ୍ତି ବଲିଉଡର ସେହନ୍‌ସା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରହ୍ମପୁରର ଓଡ଼ିଆ କୋରିଓଗ୍ରାଫରଙ୍କ ନୃତ୍ୟ ନିର୍ଦ୍ଦେଶନାରେ ନାଚୁଛନ୍ତି ବଲିଉଡର ସେହନ୍‌ସା ବିଗ୍ ବି ଅମିତାଭ ବଚ୍ଚନ। ଶାହରୁଖ, ସଲମାନ, ଅମୀରଙ୍କ ଭଳି ବଲିଉଡର ଆହୁରି ଅନେକ ନାମୀଦାମୀ କଳାକାରଙ୍କ ସେ କୋରିଅଗ୍ରାଫର। ତାଙ୍କ କୋରିଅଗ୍ରାଫର ନିର୍ଦ୍ଦେଶନାରେ ନିକଟରେ ଅମିତାଭଙ୍କ ଉଁଚାଇ ରିଲିଜ୍ କରିଛି। ମାତ୍ର ୨୮ ବର୍ଷ ବୟସରେ ବଲିଉଡରେ ଧୂମ ମଚାଇଥିବା ଏହି ଯୁବ କୋରିଅଗ୍ରାଫର ଜଣକ ବ୍ରହ୍ମପୁର ଶକ୍ତି ନଗରର ସୁନୀତ ଦାସ। ତାଙ୍କୁ ନେଇ ଏଠାରେ ଢେର ଚର୍ଚ୍ଚା। ସିଲ୍କ […]

sunit

  • Published: Monday, 28 November 2022
  • , Updated: 29 November 2022, 09:52 AM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରହ୍ମପୁରର ଓଡ଼ିଆ କୋରିଓଗ୍ରାଫରଙ୍କ ନୃତ୍ୟ ନିର୍ଦ୍ଦେଶନାରେ ନାଚୁଛନ୍ତି ବଲିଉଡର ସେହନ୍‌ସା ବିଗ୍ ବି ଅମିତାଭ ବଚ୍ଚନ। ଶାହରୁଖ, ସଲମାନ, ଅମୀରଙ୍କ ଭଳି ବଲିଉଡର ଆହୁରି ଅନେକ ନାମୀଦାମୀ କଳାକାରଙ୍କ ସେ କୋରିଅଗ୍ରାଫର। ତାଙ୍କ କୋରିଅଗ୍ରାଫର ନିର୍ଦ୍ଦେଶନାରେ ନିକଟରେ ଅମିତାଭଙ୍କ ଉଁଚାଇ ରିଲିଜ୍ କରିଛି। ମାତ୍ର ୨୮ ବର୍ଷ ବୟସରେ ବଲିଉଡରେ ଧୂମ ମଚାଇଥିବା ଏହି ଯୁବ କୋରିଅଗ୍ରାଫର ଜଣକ ବ୍ରହ୍ମପୁର ଶକ୍ତି ନଗରର ସୁନୀତ ଦାସ। ତାଙ୍କୁ ନେଇ ଏଠାରେ ଢେର ଚର୍ଚ୍ଚା।

ସିଲ୍କ ସିଟି ବ୍ରହ୍ମପୁରରୁ ମାୟାନଗରୀ ମୁମ୍ବାଇ ୧୦ ବର୍ଷର ସଂଘର୍ଷମୟ ଆଉ ସୁଦୀର୍ଘ ଯାତ୍ରା ପରେ ସଫଳତା ଏବେ ତାଙ୍କ ହାତ ମୁଠାରେ। ଦିନେ ସ୍ୱପ୍ନ ଆଉ ଅସମ୍ଭବ ଭଳି ଲାଗୁଥିବା କାହାଣୀର ସେ ସଫଳ ନାୟକ। ନିକଟରେ ରିଲିଜ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ଉଂଚାଇରେ ସହକାରୀ କୋରିଓଗ୍ରାଫର ଥିବା ସୁନୀତଙ୍କ କୋରିଓଗ୍ରାଫିରେ ନାଚିଛନ୍ତି ଅମିତାଭଙ୍କ ସହ ଅନୁପମ୍ ଖେର, ବୋମନ୍ ଇରାନୀଙ୍କ ଭଳି କୀମ୍ବଦନ୍ତୀ କଳାକାର। ଯାହା ତାଙ୍କ ୧୦ ବର୍ଷର କୋରିଓଗ୍ରାଫି କ୍ୟାରିୟରର ସବୁଠୁ ସ୍ମରଣୀୟ ଅନୁଭୁତି ବୋଲି କହିଛନ୍ତି ସୁନୀତ।

ବଲିଉଡର ଅନେକ ପ୍ରତିଷ୍ଠିତ କୋରିଓଗ୍ରାଫରଙ୍କ ସହକାରୀ ଭାବେ କାମ କରିଥିବା ସୁନୀତ ଏହା ଭିତରେ ରେସ୍ ଥ୍ରୀ, ବାଗି ଟୁ, ଫୁକରେ ରିଟର୍ଣ୍ଣ, ବିକ୍ରମ ଦେବ ଓ ପୃଥ୍ୱୀରାଜ ଚୌହାନ ଭଳି ଅନେକ ହିଟ୍ ଓ ବିଗ୍ ବଜେଟ୍ ଫିଲ୍ମରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ସେହିଭଳି ବହୁ ତେଲୁଗୁ ମୁଭି ଓ କଳାକାରଙ୍କ ସହ କାମ କରସାରିଲେଣି। ସେ ଅମିତାଭଙ୍କଠୁ ଶାହରୁଖ, ସଲମାନଙ୍କଠୁ ଟାଇଗର ଶ୍ରଫ୍‌ଙ୍କ ପର୍ଯ୍ୟନ୍ତ ବହୁ ଦାମୀ କଳାକାରଙ୍କ ସେ ନୃତ୍ୟ ନିର୍ଦ୍ଦେଶକ।

[caption id="attachment_785122" align="aligncenter" width="650"] ବଲିଉଡ୍ କଳାକାରଙ୍କ ସହ ସୁନୀତ।[/caption]

୨୦୧୩ରେ ମୁମ୍ବାଇ ଯାତ୍ରା ପୂର୍ବରୁ ବ୍ରହ୍ମପୁରର ରିଦିମ୍ ଡ୍ୟାନସ ଗ୍ରୁପ୍ ଥିଲା ସୁନୀତଙ୍କ ଆଦ୍ୟ ପ୍ରୟୋଗଶାଳା। ତାପରେ କ୍ରିଷ୍ଣା ରେଡ୍ଡୀଙ୍କ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପରେ ଯୋଗଦେଇ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ତେବେ ନିଜ ଭିତରେ ଥିବା ଗଭୀର ଆତ୍ମବିଶ୍ୱାସ ପରବର୍ତ୍ତୀ ସମୟରେ ତାଙ୍କୁ ବଲିଉଡ୍ ଟାଣି ନେଇଥିଲା।

ବ୍ରହ୍ମପୁର ଶକ୍ତିନଗରର ବାସିନ୍ଦା ସୁନୀତଙ୍କ ବାପା ଜଣେ ସାଧାରଣ ଦର୍ଜି। ସେଇଥିରୁ ପରିବାରର ଗୁଜୁରାଣ ମେଣ୍ଟେ। ସେଇ ସ୍ୱଳ୍ପ ଆୟରୁ ପୁଅର ମୁମ୍ବାଇ ଯାତ୍ରା ସ୍ୱପ୍ନ ପୂରଣ କରିବା ଭିତରେ ଅନେକ କଷ୍ଟ ସହିଛନ୍ତି ତାଙ୍କ ବାପାମାଆ। ହେଲେ ଆଜି ବଲିଉ଼ଡରେ ବଡ଼ କଳାକାରଙ୍କ ସହ ପୁଅର ଚର୍ଚ୍ଚା ଓ ସଫଳତାକୁ ଦେଖି ସେମାନେ ଖୁସିରେ ଆତ୍ମହରା ବୋଲି ସୁନୀତଙ୍କ ବାପା ଜଗବନ୍ଧୁ ଦାସ ପ୍ରକାଶ କରିଛନ୍ତି।

Related story