/odisha-reporter/media/post_attachments/uploads/2016/06/oman.jpg)
oman
ବ୍ରହ୍ମପୁର: ଓମାନରେ ମୃତ ଓଡ଼ିଆ ଶ୍ରମିକ ହରିକୃଷ୍ଣ ନାୟକଙ୍କ ମୃତଦେହ ଆଜି ସକାଳେ ବ୍ରହ୍ମପୁରରେ ପହଞ୍ଚିଛି। ମୃତ ଶ୍ରମିକଙ୍କ ଘର ଗୋପାଳପୁର ଅଞ୍ଚଳରେ।
Advertisment
ଗତ ଫେବୃଆରୀ ୨୮ ତାରିଖରେ ସେ କାମ କରିବାକୁ ଓମାନ ଯାଇଥିଲେ। ଜୁନ୍ ୧ରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଜୁନ୍ ୭ରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଅସୁସ୍ଥତା ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ତେବେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ହରିକୃଷ୍ଣଙ୍କ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
