Advertisment

ଭୁବନେଶ୍ୱରରେ ତାପମାତ୍ରା ୩୯.୨ ଡିଗ୍ରୀ, ଆଗକୁ ବଢିବ ତାତି

ଭୁବନେଶ୍ୱର: ଫେବୃଆରୀ ମାସ ଶେଷ ନ ହେଉଣୁ ରାଜଧାନୀରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ହୋଇଗଲାଣି। ଆଜି ଭୁବନେଶ୍ୱରର ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଦିନ ୧୧ଟା ପରେ ଲୋକେ ତାତି ଅନୁଭବ କରିଥିଲେ। ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ତାତି ସ୍ୱାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆଜି ରାଜ୍ୟରେ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଥିଲା। ସେହିପରି ରାଜ୍ୟର ୧୨ଟି ଜିଲ୍ଲାର ତାପମାତ୍ରା ୩୬ଡିଗ୍ରୀ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଦୁଇଟି ସହରର ତାପମାତ୍ରା ୪୦ ଛୁଇଁଲା

temperature

ଭୁବନେଶ୍ୱର: ଫେବୃଆରୀ ମାସ ଶେଷ ନ ହେଉଣୁ ରାଜଧାନୀରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ହୋଇଗଲାଣି। ଆଜି ଭୁବନେଶ୍ୱରର ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଦିନ ୧୧ଟା ପରେ ଲୋକେ ତାତି ଅନୁଭବ କରିଥିଲେ। ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ତାତି ସ୍ୱାଭାବିକଠାରୁ ୨ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆଜି ରାଜ୍ୟରେ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଥିଲା। ସେହିପରି ରାଜ୍ୟର ୧୨ଟି ଜିଲ୍ଲାର ତାପମାତ୍ରା ୩୬ଡିଗ୍ରୀ ଉପରେ ରହିଥିଲା।

Advertisment

ଗତ ଅକ୍ଟୋବର ମାସରୁ ଓଡ଼ିଶାରେ ସେଭଳି ବର୍ଷା ହୋଇନାହିଁ। ଉତ୍ତର ଭାରତରୁ ଯେଭଳି ଥଣ୍ଡା ପବନ ଆସିବା କଥା ତାହା ମଧ୍ୟ ଆସୁନାହିଁ। ମେଘମୁକ୍ତ ଆକାଶ ଓ ଦକ୍ଷିଣ ତଥା ଦକ୍ଷିଣ-ପଶ୍ଚିମ ଦିଗରୁ ତତଲା ପବନ ପ୍ରବାହିତ ହେଉଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢ଼ିବାର ପ୍ରମୁଖ କାରଣ ବୋଲି ଜଣାପଡିଛି।

ସେହିଭଳି ସମୁଦ୍ର ଆଡୁ ଆସୁଥିବା ସି’ ବ୍ରିଜ୍ ଆସିବାରେ ବିଳମ୍ୱ ହେଉଥିବାରୁ ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି। ଯେଉଁବର୍ଷ ଏଲ୍-ନିନୋର ପ୍ରଭାବ ଥାଏ, ତା’ ପରବର୍ଷ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହୋଇଥାଏ। ୨୦୧୫ରେ ଏଲ୍-ନିନୋ ଯୋଗୁଁ ମୌସୁମୀ ବର୍ଷା ପରିମାଣ କମିଥିଲା। ତେଣୁ ଚଳିତବର୍ଷ ତାପମାତ୍ରା ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ମାର୍ଚ୍ଚ ଓ ଏପ୍ରିଲ୍ ମାସରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିବା ଅନୁମାନ କରାଯାଉଛି।

Advertisment