Advertisment

ହିନ୍ଦୋଳ ଓ ଅତାବିରା NAC ନିର୍ବାଚନ ତାରିଖ ଘୋଷଣା

ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୯ରୁ ଆଶାୟୀମାନେ ନାମାଙ୍କପତ୍ର ଦାଖଲ କରିପାରିବେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Vote

Vote

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନ୍‌ଏସିର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୨ ତାରିଖରେ ଶେଷ ହେଉଥିବା ବେଳେ ତା’ପୂର୍ବରୁ ଏହି ଦୁଇ ସ୍ଥାନରେ ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୩ ତାରିଖରେ ଏହି ଦୁଇ ଏନ୍‌ଏସି ପାଇଁ ଭୋଟ୍ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି। ଏହା ସହିତ ଆଜିଠାରୁ ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ସଂପୃକ୍ତ ବିଜ୍ଞାପିତ ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

Advertisment

ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୯ରୁ ଆଶାୟୀମାନେ ନାମାଙ୍କପତ୍ର ଦାଖଲ କରିପାରିବେ। ଏହା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୨୦ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ତା’ପରେ ଏପ୍ରିଲ ୩ରେ ଭୋଟ୍ ଗ୍ରହଣ ହେବ ଓ ୫ ତାରିଖରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଏହା ପରେ ଏପ୍ରିଲ ୧୯ ତାରିଖରେ ଏନ୍‌ଏସି ଉପାଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

କାଉନ୍‌ସିଲର ସହିତ ଭୋଟରମାନେ ସିଧାସଳଖ ଚେୟାରପର୍ସନଙ୍କୁ ବାଛିବା ପାଇଁ ଭୋଟ୍ ଦେବେ। ଚେୟାରପର୍ସନ ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ପ୍ରତ୍ୟେକ ପୁଥ୍‌ର ୨ଟି ଇଭିଏମ୍‌ ପୃଥକ ଭାବେ ବ୍ୟବହାର କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ କହିଛନ୍ତି। ଗୋଟିଏ କାଉନ୍‌ସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଚେୟାରପର୍ସନ ନିର୍ବାଚନ ପାଇଁ ବ୍ୟବହୃତ ହେବ।

Advertisment