Advertisment

ଆଜିଠୁ ଖଣ୍ଡଗିରି ମେଳା,ଭିଡ଼ ଜମାଇଲେଣି ସାଧୁସନ୍ଥ

ଏହି ମାଘ ମେଳାରେ ଯୋଗ ଦେବାକୁ ଦେଶର କୋଣ ଅନୁକୋଣରୁ ସାଧୁ ସନ୍ଥମାନେ ପହଞ୍ଚିଛନ୍ତି। ସାଧନା ସ୍ଥଳରେ ୯ ଦିନ ଧରି ଜଳିବ ଧୁନି।

author-image
Tapaswini Nayak
khandargiri

khandargiri

ଆଜିଠୁ ଆରମ୍ଭ ହେଉଛି ପ୍ରସଦ୍ଧ ଖଣ୍ଡଗିରି ମେଳା। ଏହି ମାଘ ମେଳାରେ ଯୋଗ ଦେବାକୁ ଦେଶର କୋଣ ଅନୁକୋଣରୁ ସାଧୁ ସନ୍ଥମାନେ ପହଞ୍ଚିଛନ୍ତି। ସାଧନା ସ୍ଥଳରେ ୯ ଦିନ ଧରି ଜଳିବ ଧୁନି। ରାତିଦିନ ଚାଲିବ ଅଖଣ୍ଡ ଜପ। କରୋନା କଟକଣା ହଟିଥିବାରୁ ଏଥର ଲକ୍ଷାଧିକ ଲୋକଙ୍କ ସମାଗମ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Advertisment

ଏଥର ଯାତ୍ରା ମଧ୍ୟ ହେବ। ନିଷ୍ପତ୍ତି ଅନୁସାରେ ଚଳିତବର୍ଷ ଯାତ୍ରା ମହାକୁମ୍ଭ ଜାନୁଆରୀ ୩୦ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏକା ଥରକେ ୫ଟି ଯାତ୍ରା ପାର୍ଟିକୁ ନାଟକ ପରିବେଷଣ ପାଇଁ ଅନୁମତି ଦିଆଯାଇଛି। ହେଲେ କୌଣସି ବର୍ଗଙ୍କୁ ଆଘାତ ଦେଲା ଭଳି ଯାତ୍ରା ପରିବେଷଣ କରାଯିବ ନାହିଁ। ଯାତ୍ରାରେ କୌଣସି ଉତ୍ତେଜିତ କରିବା ଶବ୍ଦ ବ୍ୟବହାର କରାଯିବ ନାହିଁ। ଲାଉଡ୍‌ ସ୍ପିକରରେ ଯାତ୍ରା ପ୍ରଚାର ହୋଇପାରିବ ନାହିଁ। ରାସ୍ତା କଡରେ ପାର୍କିଂ କଲେ ବଡ଼ ଫାଇନ୍‌ ଗଣିବାକୁ ପଡ଼ିବ। ମେଲଣ ପଡିଆ, ଓଏସ୍‌ଆରଟିସି ପଡିଆ ଓ ଏସଆଇରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ଗାଡି ଷ୍ଟାଣ୍ଡରେ ରେଟ୍‌ ଚାର୍ଟ ଲାଗିବ। ଯଦି କୌଣସି ବ୍ୟକ୍ତି ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନେଉଥିବ, ତାହାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମେଳାରେ ଏବର୍ଷ ଅଢେଇ ଶହରୁ ଅଧିକ ଷ୍ଟଲ ପଡିବ ପଡ଼ିବ। ଏହାସହ ସାନିଟେସନ୍‌ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ୪ଟି ମୋବାଇଲ ଟଇଲେଟ୍ ରହିବ। ପ୍ଳାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଯାଇଛି। ପ୍ରତିଦିନ ଖାଦ୍ୟର ମାନ ଯାଞ୍ଚ କରିବେ ଅଧିକାର। ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତାୟନ ହେବେ ବୋଲି ବିଏମ୍‌ସି ମେୟର କହିଛନ୍ତି।

Advertisment
Khandargiri Mela