/odisha-reporter/media/post_attachments/uploads/2016/02/biju-patnaik.jpg)
biju-patnaik
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖଠାରୁ ୧ ବର୍ଷ ବ୍ୟାପୀ ମହାନ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜନ୍ମ ଶତବାର୍ଷିକୀ ପାଳନ କରାଯିବ। କେବଳ ଓଡ଼ିଶା ନୁହେଁ, ରାଜ୍ୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାକୁ ସମାରୋହରେ ପାଳନ କରିବାକୁ ବିଜୁ ଜନତା ଦଳ ସ୍ଥିର କରିଛି। ସମାରୋହକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ୫ଟି କମିଟି ଗଠନ କରାଯାଇଛି। ଏଗୁଡ଼ିକ ମଧ୍ୟରେ ରହିଛି- ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି, ଆୟୋଜକ କମିଟି, ସମନ୍ୱୟ କମିଟି, ସ୍ମରଣିକା ଓ ଡକୁମେସନ୍ କମିଟି ଓ ଜାତୀୟ ଏବଂ ଅନ୍ତର୍ଜାତୀୟ କମିଟି ଗଠନ। ଦଳର ବରିଷ୍ଠ ତଥା ଅଭିଜ୍ଞ ନେତାମାନଙ୍କୁ ଏ ସବୁ କମିଟିରେ ସାମିଲ କରାଯାଇ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି। କମିଟିଗୁଡ଼ିକ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମକୁ ସଫଳତାର ସହ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସେହିପରି ଏହି ମହାସମାରୋହ ଯେପରି ପ୍ରତ୍ୟେକ ସ୍ତରରେ ସଫଳତାର ସହ ପାଳିତ ହୋଇପାରିବ ସେନେଇ ଦଳ ସମସ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଜେଡି ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ସ୍ୱାଇଁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
