/odisha-reporter/media/post_attachments/uploads/2015/08/cm2.png)
cm
ଭୁବନେଶ୍ୱର: ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜୋରସୋରରେ ଚାଲିଛି। ବ୍ଲକ୍, ନଗର ଓ ଜିଲ୍ଲା ସଭାପତି ପରେ ରାଜ୍ୟ ପରିଷଦ ପାଇଁ ନିର୍ବାଚନ ଶେଷ ହୋଇଛି। ୩୫୪ଜଣ ସଦସ୍ୟ ରାଜ୍ୟ ପରିଷଦ ସଭ୍ୟ ପାଇଁ ଭୋଟ୍ ଦେବେ। ଆସନ୍ତା ୨୬ ତାରିଖ ଦିନ ଦଳର ସଭାପତି ପାଇଁ ନବୀନ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ୮୧ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟମାନେ ମଧ୍ୟ ନାମାଙ୍କନ କରିବେ। ଆସନ୍ତା ୨୮ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ବିଧିବଦ୍ଧ ତାଲିକା ପ୍ରକାଶ ପାଇବ ଏବଂ ନବୀନ ପଟ୍ଟନାୟକ ପୁଣି ଥରେ ସଭାପତି ହେବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
