Advertisment

ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ସମୀର ଦାଶ ଦାୟୀ: ଅଡ଼ିଓ ଜାରି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦାୟୀ । ତାଙ୍କୁ ତୁରନ୍ତ ଗିରଫ କରି ନିରପେକ୍ଷ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରିଛି । ବିଜେପି ପକ୍ଷରୁ ଆଜି ଏକ ଅଡିଓ ବାର୍ତ୍ତାଳାପକୁ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ରଖାଯାଇଛି ଯେଉଁଥିରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମ୍ପୃକ୍ତିର ପ୍ରମାଣ ମିଳୁଛି ବୋଲି ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା […]

ଅଦ୍ୟତନ ହୋଇଛି
ଖୋଲୁଛି ଗୁମର, ଧର୍ମେନ୍ଦ୍ରଙ୍କ ଅଡ଼ିଓରେ ମନ୍ତ୍ରୀ ସମୀରଙ୍କ ନାଁ !

dharmendra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦାୟୀ । ତାଙ୍କୁ ତୁରନ୍ତ ଗିରଫ କରି ନିରପେକ୍ଷ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରିଛି । ବିଜେପି ପକ୍ଷରୁ ଆଜି ଏକ ଅଡିଓ ବାର୍ତ୍ତାଳାପକୁ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ରଖାଯାଇଛି ଯେଉଁଥିରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମ୍ପୃକ୍ତିର ପ୍ରମାଣ ମିଳୁଛି ବୋଲି ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା ଅଭିଯୋଗ କରିଛନ୍ତି ।

Advertisment

ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ବ୍ୟବସାୟୀରୁ ରାଜନେତା ସାଜିଥିବା ସ୍ୱର୍ଗତଃ ସାହୁଙ୍କ ସହିତ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୁସଂପର୍କ ଥିଲା । ମନ୍ତ୍ରୀ ଶ୍ରୀ ଦାଶ ନିଜେ ପ୍ରଭାବ ପକାଇ ଗତ ପଂଚାୟତ ନିର୍ବାଚନରେ ଶାସକ ବିଜେଡି ତରଫରୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ କରାଇଥିଲେ । ମାତ୍ର ୪-୫ ମାସ ତଳେ ନିର୍ବାଚିତ ହୋଇଥିବା ସ୍ୱର୍ଗତଃ ସାହୁ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ଜରିଆରେ ରାଜନୈତିକ ବିବାଦ ହିଁ ପାରିବାରିକ କଳହର ମୁଖ୍ୟ କାରଣ ବୋଲି କହିଥିଲେ । ଆଜି ଭାଇରାଲ ହୋଇଥିବା ଏହି ଅଡିଓ କ୍ଲିପରେ ମଧ୍ୟ ସ୍ୱର୍ଗତଃ ସାହୁ ନିଜ ମୃତ୍ୟୁର କାରଣ ପାଇଁ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମେତ ୭ ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି ।

ନିଜ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ସୋସିଆଲ ମଡ଼ିଆ ଜରିଆରେ ମୃତ୍ୟୁର କାରଣ ଏବଂ ଦୁଇଟି ଭିଡିଓର କଥାକୁ ଉଲ୍ଲେଖ କରିଥିଲେ । ମାତ୍ର ତାଙ୍କ ଘରଟାରୁ ଅନତି ଦୂରରେ ତାଙ୍କ ମୋବାଇଲ ମିଳିବା ଘଟଣା ଯେତକି ସନ୍ଦେହ ସୃଷ୍ଟି କରିଥିଲା, ତାଠୁ ଅଧିକ ଉଦ୍ଧାର ହେବା ପରେ ପୋଲିସ ହେପାଜତରେ ମୋବାଇଲ ଦୁଇଟି ଥିବାବେଳେ ତାଙ୍କ ଫେସବୁକ ଆକାଉଂଟରୁ ଆପେଆପେ ତଥ୍ୟ ଉଭାନ ହୋଇଯିବା ଆହୁରି ଅନେକ ସନ୍ଦେହକୁ ଦୃଢ଼ୀଭୂତ କରିଛି । ମୁଖ୍ୟ ଅଭିଯୁକ୍ତ ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିଜ କ୍ଷମତାର ଅପବ୍ୟବହାର କରି ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରୁଛନ୍ତି । ମାତ୍ର ସତ କଥା ଆଦୌ ଲୁଚି ରହିବ ନାହିଁ ଏବଂ କେବେ ନା କେବେ ସାମ୍ନାକୁ ଆସିବ । ମୃତ୍ୟୁର କିଛି ଘଂଟା ପୂର୍ବରୁ ସ୍ୱର୍ଗତଃ ସାହୁ ଏବଂ ତାଙ୍କ ଘନିଷ୍ଟ ବନ୍ଧୁଙ୍କ ସହ ଫୋନ କଥାବାର୍ତ୍ତା ଏବେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସଂପୃକ୍ତିକୁ ଆହୁରି ସ୍ପଷ୍ଟ କରିଛି ଏହି କାରଣରୁ ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ଅନେକ ତଥ୍ୟ ସାମ୍ନାକୁ ଆସିବା ସହିତ ଜଣେ ନବନିର୍ବାଚତ ଜନପ୍ରତିନିଧିଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ ବୋଲି ଶ୍ରୀମତୀ ପରିଡ଼ା ପୁଣିଥରେ କହିଛନ୍ତି ।

Advertisment

ଏଭଳି ଏକ ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗତକାଲି ବିଜେପିର ଏକ ପ୍ରତିନିଧି ଦଳ ପୋଲିସ କମିଶନରଙ୍କୁ ଭେଟି ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । କ୍ଷମତାର ଅପବ୍ୟବହାର କରାଯାଇ ତଦନ୍ତକୁ ବିଭ୍ରାନ୍ତ କରାଯିବାର ଆଶଙ୍କା କ୍ରମଶଃ ବୃଦ୍ଧି ପାଇଛି । ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯିବା ସହିତ ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ଗିରଫ କରାଯିବାକୁ ଶ୍ରୀମତୀ ପରିଡ଼ା ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe