/odisha-reporter/media/post_attachments/uploads/2016/05/accident-3.jpg)
accident
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲହୁଣିପଡ଼ା ଥାନା ଅନ୍ତର୍ଗତ ବିର୍ତ୍ତୋଳ ପୋଲ ତଳକୁ ଆଜି ସକାଳେ ଏକ ଟ୍ରାଭେରା ଖସି ପଡ଼ିବାରୁ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ମା’ଝିଅ। ଝିଅର ନାଁ ଚରତି ଦାସ ବୋଲି ଜଣାପଡ଼ିଥିବା ବେଳେ ମା’ଙ୍କ ନାଁ ଜଣାପଡ଼ି ନାହିଁ। ୪ ଜଣ ଗୁରୁତର ଆହତଙ୍କୁ ପ୍ରଥମେ ବଣାଇ ଡାକ୍ତରଖାନା ପରେ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି।
Advertisment
ଏମାନେ ସମସ୍ତେ ରାଉରକେଲା ଗୋପବନ୍ଧୁପାଲି ଟିମ୍ୱର କଲୋନୀ ବାସିନ୍ଦା ବୋଲି ଜଣାପଡ଼ିଛି। ବ୍ରହ୍ମପୁରରୁ ଏମାନେ ରାଉରକେଲା ଯାଉଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
