Advertisment

ବ୍ରହ୍ମଚାରୀପାଟଣାରେ ପୁଣି ଘାଇ, ୪ ଦିନ ତଳେ ହୋଇଥିଲା ମରାମତି

ଯାଜପୁର (ଓଡ଼ିଶା ରିପୋର୍ଟର): ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀ ଫୁଲି ଉଠିଥିବା ବେଳେ ଏହାର ଶାଖା ନଦୀ କାଣୀରେ ପ୍ରବେଶ କରିଛି ବନ୍ୟା ଜଳ। ଫଳରେ ଯାଜପୁର ଜିଲ୍ଲା ଦଶରଥପୁର କସପା ପଂଚାୟତ ବ୍ରହ୍ମଚାରୀପାଟଣାରେ ପୁଣି ସୃଷ୍ଟି ହୋଇଛି ଘାଇ। ଗତ ୧୫ ତାରିଖରେ ଆସିଥିବା ବନ୍ୟା ଜଳରେ ଏଠାରେ ଘାଇ ସୃଷ୍ଟି ହୋଇଥିଲା। ଏହା ପରେ ଏଠାରେ ନଦୀବନ୍ଧକୁ ମରାମତି କରାଯାଇଥିଲା। କିନ୍ତୁ ଆଜି ପୁଣି ଏହି ନଦୀ ବନ୍ଧ ଉପରେ […]

ଅଦ୍ୟତନ ହୋଇଛି
ବ୍ରହ୍ମଚାରୀପାଟଣାରେ ପୁଣି ଘାଇ, ୪ ଦିନ ତଳେ ହୋଇଥିଲା ମରାମତି

Ghai

Advertisment

ଯାଜପୁର (ଓଡ଼ିଶା ରିପୋର୍ଟର): ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ବୈତରଣୀ ନଦୀ ଫୁଲି ଉଠିଥିବା ବେଳେ ଏହାର ଶାଖା ନଦୀ କାଣୀରେ ପ୍ରବେଶ କରିଛି ବନ୍ୟା ଜଳ। ଫଳରେ ଯାଜପୁର ଜିଲ୍ଲା ଦଶରଥପୁର କସପା ପଂଚାୟତ ବ୍ରହ୍ମଚାରୀପାଟଣାରେ ପୁଣି ସୃଷ୍ଟି ହୋଇଛି ଘାଇ।

Advertisment

ଗତ ୧୫ ତାରିଖରେ ଆସିଥିବା ବନ୍ୟା ଜଳରେ ଏଠାରେ ଘାଇ ସୃଷ୍ଟି ହୋଇଥିଲା। ଏହା ପରେ ଏଠାରେ ନଦୀବନ୍ଧକୁ ମରାମତି କରାଯାଇଥିଲା। କିନ୍ତୁ ଆଜି ପୁଣି ଏହି ନଦୀ ବନ୍ଧ ଉପରେ ପାଣି ପ୍ରବାହିତ ହୋଇଥିଲା। ପରେ ବନ୍ୟା ଜଳ ନଦୀବନ୍ଧର ମରାମତି ହୋଇଥିବା ସ୍ଥାନକୁ ଭାଙ୍ଗି ଦେଇଛି। ଫଳରେ ପ୍ରାୟ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି।

ଘାଇ ସୃଷ୍ଟି ହେବା ପରେ ବ୍ରହ୍ମଚାରୀପାଟଣା ଗାଁକୁ ଜଳ ପ୍ରବେଶ କରିଛି। ଘାଇ ସମ୍ମୁଖରେ ଥିବା ବଡ଼ ବଡ଼ ବୃକ୍ଷ ଉପୁଡ଼ି ନଦୀରେ ଭାସି ଯାଇଛି। ଏଭଳି ସ୍ଥିତି ଦେଖି କସପା, ମଲ୍କିକାପୁର, ନିଜାମପୁର ଓ କୟାଁ ଆଦି ଅଂଚଳ ପୁଣି ଜଳମଗ୍ନ ହେବାର ଆଶଙ୍କା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe