/odisha-reporter/media/post_attachments/uploads/2016/06/capital-hospital.jpg)
capital-hospital
ଭୁବନେଶ୍ୱର: ଆଜି ଅପରାହ୍ନରେ ହୋଇଥିବା ଅସରାଏ ବର୍ଷାରେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ପାଣି ପଶିଯାଇଥିଲା। ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ବର୍ଷାପାଣି ଲେବର ରୁମରେ ପଶିଯିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା। ସେହିପରି ଜିଇଡି ୱାନ, ହସପିଟାଲର ଇଲେକଟ୍ରିକ ସପ୍ଲାଏ ରୁମରେ ବି ପାଣି ପଶିଯାଇଥିଲା। ପ୍ରାୟ ଘଣ୍ଟେରୁ ଦେଢ଼ ଘଣ୍ଟା ଧରି ଏଭଳି ଲାଗି ରହିଥିଲା।
Advertisment
ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି,“କ୍ୟାପିଟାଲ ହସପିଟାଲରେ ବର୍ଷା ହୋଇ ଆଣ୍ଠୁଏ ପାଣି ଜମିଯାଇଛି। ରୋଗୀମାନେ ପାଣିରେ ପଡ଼ି ଖଣ୍ଡିଆ ଖାବରା ହେଲେଣି। ଚଟାଣରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ୱାର୍ଡକୁ ନିଆଯାଇଛି। ରୋଗୀମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
