Advertisment

ଓଡ଼ିଶାର ହଜ୍ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରକୁ ସମାଗମ ସ୍ଥଳ କରିବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ହଜ୍ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ସମାଗମ ସ୍ଥଳ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏ.ଗଜପତି ରାଜୁଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବିହାର ଓ ଝାଡ଼ଖଣ୍ଡର ହଜ୍‌ ଯାତ୍ରୀମାନେ ସମାଗମ ସ୍ଥଳ ଭାବେ ଯଥାକ୍ରମେ ଗୟା ଓ ରାଞ୍ଚି ବିମାନବନ୍ଦରକୁ ବ୍ୟବହାର କରୁଛନ୍ତି। ମଧ୍ୟପ୍ରଦେଶରେ ଦୁଇଟି ଓ ମହାରାଷ୍ଟ୍ରରେ […]

author-image
Rakesh Mallick
ଓଡ଼ିଶାର ହଜ୍ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରକୁ ସମାଗମ ସ୍ଥଳ କରିବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

cm

ଭୁବନେଶ୍ୱର: ଓଡ଼ିଶାର ହଜ୍ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ସମାଗମ ସ୍ଥଳ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏ.ଗଜପତି ରାଜୁଙ୍କୁ ଚିଠି ଲେଖିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବିହାର ଓ ଝାଡ଼ଖଣ୍ଡର ହଜ୍‌ ଯାତ୍ରୀମାନେ ସମାଗମ ସ୍ଥଳ ଭାବେ ଯଥାକ୍ରମେ ଗୟା ଓ ରାଞ୍ଚି ବିମାନବନ୍ଦରକୁ ବ୍ୟବହାର କରୁଛନ୍ତି। ମଧ୍ୟପ୍ରଦେଶରେ ଦୁଇଟି ଓ ମହାରାଷ୍ଟ୍ରରେ ତିନିଟି ବିମାନବନ୍ଦରକୁ ସେଠାକାର ହଜ୍‌ ଯାତ୍ରୀଙ୍କ ସମାଗମ ସ୍ଥଳ ଭାବେ ବ୍ୟବହାର କରାଯାଉଛି। କିନ୍ତୁ ଓଡ଼ିଶାରୁ ହଜ୍ ଯାତ୍ରା କରୁଥିବା ଶ୍ରଦ୍ଧାଳୁ କୋଲକାତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ବିମାନ ବନ୍ଦରକୁ ସମାଗମ ସ୍ଥଳ ଭାବେ ବ୍ୟବହାର କରୁଛନ୍ତି। ଚଳିତ ବର୍ଷ ଓଡ଼ିଶାରୁ ୬୦୦ ରୁ ଅଧିକ ଶ୍ରଦ୍ଧାଳୁ ହଜ୍ ଯାତ୍ରା କରିବା ଆଶା କରାଯାଉଛି। ଏଣୁ ଭୁବନେଶ୍ୱର ବିମାନବନ୍ଦରକୁ ସମାଗମ ସ୍ଥଳ ଭାବେ ଘୋଷଣା କରାଗଲେ ଏହି ଯାତ୍ରୀମାନେ ଉପକୃତ ହୋଇପାରିବେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି ଯେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇଥିବାରୁ ଏହାକୁ ଓଡ଼ିଶାର ହଜ୍‌ ଯାତ୍ରୀଙ୍କ ଲାଗି ସମାଗମସ୍ଥଳ ଭାବେ ଘୋଷଣା କରାଯାଉ।

Advertisment