/odisha-reporter/media/post_attachments/uploads/2016/06/sola.jpg)
sola
କଟକ: ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଡି-ବ୍ରଦର୍ସଙ୍କ ପ୍ରମୁଖ ସହଯୋଗୀ ସୋଲା ଓରଫ୍ ସୁଲେଖ ସାହୁଙ୍କୁ ଆଜି ଜାମିନ ମିଳିଛି। ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନ୍ଦାରଙ୍କ ବଦଳରେ ସେ ଜାମିନ୍ରେ ଯାଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ଡି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ଗତ ଜାନୁୟାରୀରେ ସୋଲାକୁ ଗିରଫ କରିଥିଲା ପୋଲିସ। ପୂର୍ବରୁ ସୋଲା ବେଅଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ହାଇକୋର୍ଟରୁ ଜାମିନ୍ ପାଇଥିଲେ। ଏବେ ଆଉ ଏକ ମାମଲାରେ ଜାମିନ୍ ପାଇଥିବାରୁ ଜେଲ୍ରୁ ମୁକୁଳିବାର ବାଟ ଫିଟିଛି। ଡି଼-ବ୍ରଦର୍ସ ମାମଲାରେ ମୋଟ ୨୯ ଜଣ ଗିରଫ ହୋଇଥିବା ବେଳେ ପ୍ରଥମ ବ୍ୟକ୍ତିଭାବେ ସୋଲାକୁ ଜାମିନ୍ ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
