Advertisment

ଡିପ୍ ଡିପ୍ରେସନରେ ପରିଣତ ହେଲା ଘୂର୍ଣ୍ଣିଝଡ କୋମେନ୍

ଭୁବନେଶ୍ୱର:  ବାଂଲାଦେଶ ଉପକୂଳ ଅତିକ୍ରମ କରିବା ପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନର ପରିଣତ ହୋଇଛି ଘୂର୍ଣ୍ଣିଝଡ କୋମେନ୍। ଏହା ବାଲେଶ୍ୱରଠାରୁ ଉତ୍ତର ପୂର୍ବ ଦିଗରେ ୩୬୦ କିଲୋମିଟର ଦୂରରେ ଥିବା ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଡିପ୍ ଡିପ୍ରେସନ୍ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତା ୨୪ଘଣ୍ଟା ମଧ୍ୟରେ […]

ଅଦ୍ୟତନ ହୋଇଛି
ଡିପ୍ ଡିପ୍ରେସନରେ ପରିଣତ ହେଲା ଘୂର୍ଣ୍ଣିଝଡ କୋମେନ୍

basha

Advertisment

ଭୁବନେଶ୍ୱର:  ବାଂଲାଦେଶ ଉପକୂଳ ଅତିକ୍ରମ କରିବା ପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନର ପରିଣତ ହୋଇଛି ଘୂର୍ଣ୍ଣିଝଡ କୋମେନ୍। ଏହା ବାଲେଶ୍ୱରଠାରୁ ଉତ୍ତର ପୂର୍ବ ଦିଗରେ ୩୬୦ କିଲୋମିଟର ଦୂରରେ ଥିବା ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଡିପ୍ ଡିପ୍ରେସନ୍ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଅତି ପ୍ରବଳ ଏବଂ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁବର୍ଣ୍ଣରେଖା ଅବବାହିକାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୬୫ କିଲୋମିଟର ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ୱର ସତର୍କ ସୂଚନା ଜାରି କରାଯାଇଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe