Advertisment

ସବୁ ସହରର ହେବ ନିଜସ୍ୱ ବିପର୍ଯ୍ୟୟ ପରିଚାଳନା ଯୋଜନା: ଏସଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଏବେ ସବୁ ସହର ପାଇଁ ନିଜସ୍ୱ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବ। ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସଡମା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ମହାନଗର ନିଗମ, ପୌର ସଂସ୍ଥା ଓ ବିଜ୍ଞାପିତ ଅଂଚଳରେ ଏହି ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହେବ। ରାଜ୍ୟ ଉନ୍ନୟନ କମିଶନର ତଥା […]

ଅଦ୍ୟତନ ହୋଇଛି
ସବୁ ସହରର ହେବ ନିଜସ୍ୱ ବିପର୍ଯ୍ୟୟ ପରିଚାଳନା ଯୋଜନା: ଏସଆରସି

tt

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଏବେ ସବୁ ସହର ପାଇଁ ନିଜସ୍ୱ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବ। ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସଡମା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ମହାନଗର ନିଗମ, ପୌର ସଂସ୍ଥା ଓ ବିଜ୍ଞାପିତ ଅଂଚଳରେ ଏହି ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହେବ।

Advertisment

ରାଜ୍ୟ ଉନ୍ନୟନ କମିଶନର ତଥା ଏସଆରସି ଶ୍ରୀ ଜେନା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରି ସହରଭିତ୍ତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ନିମନ୍ତେ ପରାମର୍ଶ ଦେଇଛନ୍ତି। ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଗତ କିଛିବର୍ଷ ଧରି ପାଣିପାଗ ପରିବର୍ତ୍ତନ ଯୋଗୁ ସହରାଂଚଳଗୁଡ଼ିକ ପ୍ରଭାବିତ ହେଉଛି। ସହରର ଲୋକ, ସମ୍ପତ୍ତି ଓ ଭିତ୍ତିଭୂମି ମଧ୍ୟ ପ୍ରଭାବିତ ହେଉଛି। ତେଣୁ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ପ୍ରାବଧାନ ଅନୁସାରେ ସହରାଂଚଳ ସ୍ୱାୟତ୍ତ ସଂସ୍ଥାର କର୍ତ୍ତୃପକ୍ଷମାନେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରି ସେମାନଙ୍କସ୍ତରରେ ବିପର୍ଯ୍ୟୟ ଆଶଙ୍କା ହ୍ରାସର ଉପଯୁକ୍ତ ପଦକ୍ଷେପ ନେବାକୁ କହିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ସମସ୍ତ ସହରାଂଚଳ ସ୍ୱାୟତ୍ତ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଉନ୍ନୟନ ଯୋଜନା ଭିତରେ ବିଭିନ୍ନ ପ୍ରକାରର ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସହରଭିତ୍ତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦେଇଛନ୍ତି। ସେମାନେ ଏହି ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ସମୟରେ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ଡିପିଓ, ଡିଆରଆର ଅଫିସ ସହ ଯୋଗାଯୋଗ କରିପାରିବେ।

Advertisment

ଏହି ଯୋଜନା ପ୍ରସ୍ତୁତ ନିମନ୍ତେ ଓସଡମା ପକ୍ଷରୁ ଆବଶ୍ୟକ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି ଏସଆରସି ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା କ୍ରମାଗତ ଭାବେ ବନ୍ୟା, ବାତ୍ୟା ଆଦି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ରାଜ୍ୟର ୫ଟି ମହାନଗର ନିଗମ ସମେତ ୧୦୯ଟି ପୌରସଂସ୍ଥାରେ ଏହି ସହରଭିତ୍ତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe