ରାତିରେ ଉଡିବ ଥର୍ମାଲ୍‌ ଡ୍ରୋନ୍‌, ହାତୀଙ୍କୁ ଜଗିବ

କେନ୍ଦୁଝର(ପ୍ରଣୟ ପାଣି): ରାତିରେ ଆକାଶରେ ଉଡିବ ଥରମାଲ୍‌ ଡ୍ରୋନ୍‌। ଆଉ ଗ୍ରାମାଭିମୁଖୀ ବନ୍ୟ ଜୀବଯନ୍ତୁଙ୍କ ସମ୍ପର୍କରେ ବନ ବିଭାଗକୁ ସୂଚନା ଦେବ। ହାତୀଙ୍କ ଗତିବିଧି ଜାଣିବା ପାଇଁ କେନ୍ଦୁଝର ବନ ବିଭାଗ ଏହି ଥର୍ମାଲ୍‌ ଡ୍ରୋନ୍‌ ବ୍ୟବହାର କରୁଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚଡି। ଅନେକ ସମୟରେ ଖାଦ୍ୟ ଅନ୍ୟୋଷଣରେ ହାତୀମାନେ ଗ୍ରାମାଞ୍ଚଳକୁ ପଳାଇ ଆସୁଛନ୍ତି। ଯେଉଁଥିପାଇଁ ହାତୀ ଓ ମଣିଷ ଭିତରେ ଲଢ଼େଇ ହେଉଛି। ଏହି ଲଢ଼େଇରେ କେତେବେଳେ ମଣିଷର ଜୀବନ […]

Elephant

  • Published: Saturday, 03 December 2022
  • , Updated: 03 December 2022, 06:33 PM IST

କେନ୍ଦୁଝର(ପ୍ରଣୟ ପାଣି): ରାତିରେ ଆକାଶରେ ଉଡିବ ଥରମାଲ୍‌ ଡ୍ରୋନ୍‌। ଆଉ ଗ୍ରାମାଭିମୁଖୀ ବନ୍ୟ ଜୀବଯନ୍ତୁଙ୍କ ସମ୍ପର୍କରେ ବନ ବିଭାଗକୁ ସୂଚନା ଦେବ। ହାତୀଙ୍କ ଗତିବିଧି ଜାଣିବା ପାଇଁ କେନ୍ଦୁଝର ବନ ବିଭାଗ ଏହି ଥର୍ମାଲ୍‌ ଡ୍ରୋନ୍‌ ବ୍ୟବହାର କରୁଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚଡି।

ଅନେକ ସମୟରେ ଖାଦ୍ୟ ଅନ୍ୟୋଷଣରେ ହାତୀମାନେ ଗ୍ରାମାଞ୍ଚଳକୁ ପଳାଇ ଆସୁଛନ୍ତି। ଯେଉଁଥିପାଇଁ ହାତୀ ଓ ମଣିଷ ଭିତରେ ଲଢ଼େଇ ହେଉଛି। ଏହି ଲଢ଼େଇରେ କେତେବେଳେ ମଣିଷର ଜୀବନ ଯାଉଥିବା ବେଳେ ଆଉ କେତେବେଳେ ହାତୀର ମୃତ୍ୟୁ ହେଉଛି। ବେଳେ ବେଳେ ହାତୀ ଗ୍ରାମାଞ୍ଚଳରେ ପଶି ଲୋକଙ୍କ ଘର ଭାଙ୍ଗି ଦେବା ସହିତ ଫସଲ ନଷ୍ଟ କରୁଛି। ଏପରି ସ୍ଥିତିରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି।

ଗ୍ରାମାଭିମୁଖୀ ବନ୍ୟପ୍ରାଣୀଙ୍କ ଗତିବିଧି ଜାଣିବା ପାଇଁ ବନ ବିଭାଗ ରାତିରେ ଥର୍ମାଲ ଡ୍ରୋନ୍‌ ଉଡାଇବ। ଆଉ ସେହି ଡ୍ରୋନ୍‌ ବନ୍ୟପ୍ରାଣୀଙ୍କ ତାପମାତ୍ରା ମାପି କେଉଁ ପ୍ରାଣୀ, କେତେ ଜଣ ଅଛନ୍ତି ଓ କେଉଁ ଆଡ଼କୁ ଯାଉଛନ୍ତି ତାହା ଜାଣିପାରିବ। ଏଥିସହ ଡ୍ରୋନ୍‌ରେ ଲାଗିଥିବା ନାଇଟ୍‌ ଭିଜନ୍‌ କ୍ୟାମେରାରେ ଫଟୋ ମଧ୍ୟ ଉଠିବ। ଡ୍ରୋନ୍‌ଠାରୁ ସୂଚନା ପାଇ ବନ ବିଭାଗ ଘଉଡାଇବା ପାଇଁ ବ୍ୟବସ୍ଥା କରିବ। କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଗତିବିଧିକୁ ନଜର ରଖିବା ପାଇଁ ବନ ବିଭାଗ ଏପରି ପନ୍ଥା ଆପଣେଇଛି।

ପ୍ରଥମ ପର୍ଯ୍ୟାୟରେ ଚମ୍ପୁଆ ରେଞ୍ଜରେ ଥର୍ମାଲ୍‌ ବ୍ୟବହାର କରାଯାଇଛି। ଏଥିସହ ପାଟଣା ଓ ଘଟଗାଁ ରେଞ୍ଜରେ ରାତିରେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ସଫଳ ପରୀକ୍ଷା କରାଯାଇଛି।

Related story