Advertisment

ଜଗତପୁରରେ ହାତୀ ଉପଦ୍ରବ, ୨ ଜଣଙ୍କୁ ଦଳିଦେଲେ

କଟକ(ଓଡ଼ିଶା ରିପୋର୍ଟର): କଟକ ଜଗତପୁର ଅଞ୍ଚଳରେ ଗତ ରାତିରୁ ଏକ ହାତୀପଲ ପଶି ଆସିଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ସକାଳ ସୁଦ୍ଧା କିଛି ହାତୀ ଜନବସତି ଅଞ୍ଚଳରେ ରହି ଯାଇଥିବା ଜଣାଯାଇଛି। ସୂଚନା ମୁତାବକ, ଆଠଗଡ଼ ବନଖଣ୍ଡରୁ ହାତୀପଲ ଆସି ଗତରାତିରୁ ଜଗତପୁରରେ ଉପଦ୍ରବ କରିଛନ୍ତି। ରାତିସାରା ହାତୀପଲ ଉପଦ୍ରବ […]

ଅଦ୍ୟତନ ହୋଇଛି
ଜଗତପୁରରେ ହାତୀ ଉପଦ୍ରବ, ୨ ଜଣଙ୍କୁ ଦଳିଦେଲେ

elephant

Advertisment

କଟକ(ଓଡ଼ିଶା ରିପୋର୍ଟର): କଟକ ଜଗତପୁର ଅଞ୍ଚଳରେ ଗତ ରାତିରୁ ଏକ ହାତୀପଲ ପଶି ଆସିଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ସକାଳ ସୁଦ୍ଧା କିଛି ହାତୀ ଜନବସତି ଅଞ୍ଚଳରେ ରହି ଯାଇଥିବା ଜଣାଯାଇଛି।

Advertisment

ସୂଚନା ମୁତାବକ, ଆଠଗଡ଼ ବନଖଣ୍ଡରୁ ହାତୀପଲ ଆସି ଗତରାତିରୁ ଜଗତପୁରରେ ଉପଦ୍ରବ କରିଛନ୍ତି। ରାତିସାରା ହାତୀପଲ ଉପଦ୍ରବ ଜାରି ରଖିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିଲେ। ଆଜି ଭୋରରୁ ହାତୀପଲ ସମ୍ମୁଖରେ ଜଣେ ବୃଦ୍ଧା ଓ ବୃଦ୍ଧଙ୍କୁ ପଡ଼ି ଯାଇଥିବା ବେଳେ ଉଭୟଙ୍କୁ ଦଳି ଦେଇଛନ୍ତି ହାତୀପଲ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଯାଇଛି । ଏପରିକି ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ହାତୀପଲ ଜଗତପୁରରେ ପଶି ବହୁ ଘରଦ୍ୱାର ଓ ଗାଡ଼ିମୋଟର ଭାଙ୍ଗି ଦେଇଛନ୍ତି।  ବନବିଭାଗ ଓ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ଏବେବି କିଛି ହାତୀ ବାଟ ନ ପାଇ ରହି ଯାଇଥିବା ଜଣାଯାଇଛି। ହାତୀ ଆକ୍ରମଣ ଭୟ ରହିଥିବାରୁ ଘରୁ ନ ବାହାରିବାକୁ ପୁଲିସ୍‌ ମାଇକ ଯୋଗେ ପ୍ରଚାର କରିବା ସତ୍ତ୍ୱେ ବହୁ ଲୋକ ହାତୀ ଦେଖିବାକୁ ରାସ୍ତା ଉପରକୁ ଚାଲି ଆସୁଛନ୍ତି।  ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବା ତଥା ହାତୀ ଘଉଡ଼ାଇବା କାଠିକର ପାଠ ହୋଇ ଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe