ମାଟି ତଳେ ଅଛି କି ଗୁପ୍ତଧନ? ପୁଣି ଥରେ ଖୋଳାଗଲା ଏମାର ମଠ

ପୁରୀ(ଓଡ଼ିଶା ରିପୋର୍ଟର): ପୁଣି ଥରେ ଖୋଳା ଯାଉଛି ପୁରୀର ବହୁ ପୁରାତନ ତଥା ଧନୀ ମଠରୁ ଅନ୍ୟତମ ଏମାର ମଠ । ମାଟିତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଥରେ  ହଜାର ବର୍ଷ ତଳର ଏହି ମଠକୁ ଖୋଳାଯାଉଛି । ଗତ ସେପ୍ଟମ୍ବର ୧୬ତାରିଖରେ ଯାଞ୍ଚ କରାଯାଇ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିଲା । ସେତେବେଳେ ଯେଉଁ ମେଟାଲ୍ ଡିଟେକ୍ଟରରେ ପରୀକ୍ଷା ହୋଇଥିଲା, ତାହା ସେତେ ଶକ୍ତିଶାଳୀ ନ ଥିଲା । ଫଳରେ ଧାତୁର ଅବସ୍ଥିତି […]

emar-matha

Niharika Rout
  • Published: Friday, 04 February 2022
  • , Updated: 04 February 2022, 04:21 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁଣି ଥରେ ଖୋଳା ଯାଉଛି ପୁରୀର ବହୁ ପୁରାତନ ତଥା ଧନୀ ମଠରୁ ଅନ୍ୟତମ ଏମାର ମଠ । ମାଟିତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଥରେ  ହଜାର ବର୍ଷ ତଳର ଏହି ମଠକୁ ଖୋଳାଯାଉଛି ।

ଗତ ସେପ୍ଟମ୍ବର ୧୬ତାରିଖରେ ଯାଞ୍ଚ କରାଯାଇ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିଲା । ସେତେବେଳେ ଯେଉଁ ମେଟାଲ୍ ଡିଟେକ୍ଟରରେ ପରୀକ୍ଷା ହୋଇଥିଲା, ତାହା ସେତେ ଶକ୍ତିଶାଳୀ ନ ଥିଲା । ଫଳରେ ଧାତୁର ଅବସ୍ଥିତି ନେଇ ସଠିକ୍ ଜଣାପଡି ନ ଥିଲା ତେଣୁ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଏଣ୍ଡାଉମେଣ୍ଟ ଅଧିକାରୀଙ୍କ ସହ ନୂତନ ଟ୍ରଷ୍ଟ ବୋର୍ଡଙ୍କ ଉପସ୍ଥିତିରେ ପୁନର୍ବାର ଯାଞ୍ଚ କରାଯାଉଛି ।

ଆଜି ପ୍ରବେଶ ପଥକୁ ଯାଞ୍ଚ କରାଯାଇ ତାହାକୁ ଖୋଳା ଯାଇଛି। ମଧ୍ୟାହ୍ନ ସୁଦ୍ଧା ଖୋଳାଖୋଳି ହେଉଥିବା ଅଞ୍ଚଳରୁ ଖଣ୍ଡେ ଲୁହା ମିଳିଥିବା ବେଳେ ଆଉ କିଛି ମିଳି ନ ଥିବା ଜଣାଯାଇଛି।

ଗତ ୨୦୧୧ମସିହାରେ ମଠରୁ ୫୨୨ଖଣ୍ଡ ରୂପାଇଟା ବାହାରିଥିବା ବେଳେ ତାହାକୁ ଜିଲ୍ଲା ଆରମୋରୀରେ ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି।  ସେବେଠାରୁ ରୂପା ଇଟାକୁ ନେଇ ମାମଲା କୋର୍ଟରେ ବିଚରାଧୀନ ରହିଛି ।

[caption id="attachment_711340" align="aligncenter" width="650"] ଏମାର ମଠ ଖୋଳାଖୋଳି ଚାଲିଛି।[/caption]

ଏହାପରେ ଏପ୍ରିଲ ୨୦୨୧ରେ ଏହି ବିତ୍ତଶାଳୀ ମଠକୁ ଖୋଳାଯାଇଥିବା ବେଳେ ସେଥିରୁ ୪୫ ଖଣ୍ଡ ରୂପାଇଟା ବାହାରିଥିଲା ।  ଉକ୍ତ ରୁପା ଇଟାଗୁଡ଼ିକ ଏବେ ଟ୍ରଷ୍ଟ ବୋର୍ଡ ଅଧୀନରେ ଥିବା ବେଳେ ତାହାକୁ ଜିଲ୍ଲା ଟ୍ରେଜରୀରେ ସୁରକ୍ଷିତ ଭାବେ ରଖାଯାଇଛି । ଏହା ସହ ଏକ ସିନ୍ଦୁକରୁ ବହୁ ମୂଲ୍ୟର ସମ୍ପତ୍ତି ରୂପା ତାରକଶି ସାମଗ୍ରୀ, ରୂପା ଗଛ, ରୁପା ଫୁଲଦାନୀ, ବ୍ରୋଞ୍ଜ ଗାଈ ବାଛୁରୀ ଓ ୧୬ଟି ଖଣ୍ଡା ଉଦ୍ଧାର କରାଯାଇଥିଲା । ତାହାକୁ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଛି ।

ପୂର୍ବରୁ ଏମାର ମଠ ଖୋଳାଯାଇ ବହୁ ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇଥିବା ବେଳେ ଏଥର ପ୍ରଶାସନ ହାତରେ କ’ଣ ଲାଗୁଛି ତାହା ସମୟ ହିଁ କହିବ ।

Related story