Advertisment

ସହି ପାରିଲେନି ଋଣ ବୋଝ, ବିଷ ପିଇଦେଲେ ଚାଷୀ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଅସହ୍ୟ ହେଲା ଋଣ ବୋଝ। ଆଉ ସହିପାରିଲେନି। ଶେଷରେ ବିଷ ପିଇ ଜୀବନ ହାରିଲେ ଚାଷୀ। ଏଭଳି କିଛି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାସୁଦେଇପୁର ଗାଁରେ। ୫୮ ବର୍ଷୀୟ ଜଗନ୍ନାଥ ମହାପାତ୍ର ଜଣେ ଭାଗ ଚାଷୀ ଭାବେ କାମ କରୁଥିଲେ। ଅନ୍ୟର ଜମିରେ କାମ କରି ସେ ନିଜ ପରିବାର ପୋଷନ୍ତି। ଘରେ ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ସହ ଦୁଇ ଝିଅ ଓ ପୁଅକୁ ନେଇ ତାଙ୍କ ପରିବାର। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସହି ପାରିଲେନି ଋଣ ବୋଝ, ବିଷ ପିଇଦେଲେ ଚାଷୀ

farmer suicide

କାମାକ୍ଷାନଗର (ବିଦ୍ୟାଧର ବରାଳ): ଅସହ୍ୟ ହେଲା ଋଣ ବୋଝ। ଆଉ ସହିପାରିଲେନି। ଶେଷରେ ବିଷ ପିଇ ଜୀବନ ହାରିଲେ ଚାଷୀ। ଏଭଳି କିଛି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାସୁଦେଇପୁର ଗାଁରେ।

Advertisment

୫୮ ବର୍ଷୀୟ ଜଗନ୍ନାଥ ମହାପାତ୍ର ଜଣେ ଭାଗ ଚାଷୀ ଭାବେ କାମ କରୁଥିଲେ। ଅନ୍ୟର ଜମିରେ କାମ କରି ସେ ନିଜ ପରିବାର ପୋଷନ୍ତି। ଘରେ ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ସହ ଦୁଇ ଝିଅ ଓ ପୁଅକୁ ନେଇ ତାଙ୍କ ପରିବାର। ହେଲେ ତିନିରୁ ୪ ବର୍ଷ ପୂର୍ବେ ଜଗନ୍ନାଥଙ୍କ ବ୍ରେନ ହାମ୍‌ରେଜ୍‌ ହୋଇଥିଲା। ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ବ୍ୟାଙ୍କ ଋଣ ଓ ହାତ ଉଧାରି କରଜ କରି ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାମୀକୁ ଭଲ କରିଥିଲେ। ତେବେ ଭଲ ହେବା ପରେ ଏହି ଋଣ ଭାର ଆଉ ସମ୍ଭାଳି ପାରିନଥିଲେ। ବୁଧବାର ସକାଳେ ସେ କୀଟନାଶକ ପିଇ ଦେଇଥିଲେ।

ଏହା ଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ଭୁବନ ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ।  ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ଭୁବନ ଥାନାରେ ଅଭିଯୋଗ ପରେ ମେଡିକାଲରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରବା ସହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Advertisment