ପାଣି ଭର୍ତ୍ତି ମୋରମ ଖାଦାନରେ ପଡ଼ି ଶିଶୁ ପୁତ୍ର ମୃତ

ବଣାଇ (ଓଡ଼ିଶା ରିପୋର୍ଟର): ପାଣି ଭର୍ତ୍ତି ମୋରମ ଖାଦାନରେ ପଡ଼ି ଏକ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବାବୁନୂଆଗାଁରେ। ମୃତ ଶିଶୁର ନାଁ ଲିକାଶ ପାତ୍ର। ତାକୁ ୫ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ପାର୍ଥବ ପାତ୍ରଙ୍କ ଏହି ପାଞ୍ଚ ବର୍ଷର ଶିଶୁ ପୁତ୍ର ଗାଁ ନିକଟସ୍ଥ ପଡ଼ିଆକୁ ଶୌଚ ହେବାକୁ ଯାଇଥିଲା। ଶୌଚ ପରେ ଧୋଇ ହେବାକୁ ପଡ଼ିଆ ପାଖରେ ଥିବା […]

Pond

  • Published: Sunday, 04 September 2022
  • , Updated: 04 September 2022, 11:31 AM IST

ବଣାଇ (ଓଡ଼ିଶା ରିପୋର୍ଟର): ପାଣି ଭର୍ତ୍ତି ମୋରମ ଖାଦାନରେ ପଡ଼ି ଏକ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବାବୁନୂଆଗାଁରେ।

ମୃତ ଶିଶୁର ନାଁ ଲିକାଶ ପାତ୍ର। ତାକୁ ୫ ବର୍ଷ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ପାର୍ଥବ ପାତ୍ରଙ୍କ ଏହି ପାଞ୍ଚ ବର୍ଷର ଶିଶୁ ପୁତ୍ର ଗାଁ ନିକଟସ୍ଥ ପଡ଼ିଆକୁ ଶୌଚ ହେବାକୁ ଯାଇଥିଲା। ଶୌଚ ପରେ ଧୋଇ ହେବାକୁ ପଡ଼ିଆ ପାଖରେ ଥିବା ପାଣି ଭର୍ତ୍ତି ମୋରମ ଖାଦାନକୁ ଯାଇଥିଲା ଓ ସେଥିରେ ବୁଡ଼ି ଯାଇଥିଲା।

ସେ ପାଣିରେ ବୁଡ଼ିଯିବା କିଛି ଲୋକ ଦେଖିଥିଲେ। ସେମାନେ ତୁରନ୍ତ ତାକୁ ପାଣିରୁ ଉଦ୍ଧାର କରିଥିଲେ ଓ ବଣାଇ ଡାକ୍ତରଖାନା ନେଇ ଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶିଶୁଟିର ମୃତ୍ୟୁକୁ ନେଇ ବାବୁନୂଆଗାଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବଣାଇ ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story