Advertisment

କୃମି ନାଶକ ଦିବସରେ କୃମି ଔଷଧ ଖାଇ ୧୫ ଅସୁସ୍ଥ

ଗତକାଲି କୃମି ନାଶକ ଦିବସ ଥିବା ବେଳେ ଜଗମୋହନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ କୃମିନାଶକ ଔଷଧ ଆସିଥିଲା । ଶିକ୍ଷକମାନେ ସ୍କୁଲରେ ଥିବା ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ଏହି ମେଡିସିନ ଦେଇଥିଲେ।

author-image
Niharika Rout
Hospital

Hospital

କୃମି ନାଶକ ଦିବସରେ କୃମି ଔଷଧ ଖାଇ ଅସୁସ୍ଥ ହେଲେ ୧୫ରୁ ଅଧିକ ଛାତ୍ରଛାତ୍ରୀ । ହଠାତ୍‌ ସେମାନଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି ହେଲା । ମେଡିକାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ସେମାନେ ଘରକୁ ଫେରିଥିବା ଜଣାଯାଇଛି। ଏପରି ଘଟଣା ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଛି ।

Advertisment

ଗତକାଲି କୃମି ନାଶକ ଦିବସ ଥିବା ବେଳେ ଜଗମୋହନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ କୃମିନାଶକ ଔଷଧ ଆସିଥିଲା । ଶିକ୍ଷକମାନେ ସ୍କୁଲରେ ଥିବା ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ଏହି ମେଡିସିନ ଦେଇଥିଲେ। ମେଡିସିନ ଖାଇବାର କିଛି ସମୟ ପରେ ହଠାତ୍‌ ୧୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଲେ।

ଔଷଧ ଖାଇବା ପରେ ସେମାନଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି ହୋଇଥିଲା । ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ସବୁ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଛି। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି।

Advertisment
School