ଏଥର ରଙ୍ଗେଇଲୁଣ୍ଡାକୁ ଉଡ଼ିବ ବିମାନ, ୫ରେ ସେବା ଆରମ୍ଭ

ରାଜଧାନୀରୁ ରେଶମ ସହର ବ୍ରହ୍ମପୁର ବୁଲିବାକୁ ଯିବାକୁ ଚାହୁଁଛନ୍ତି କି ? ଏଥିନିମନ୍ତେ ଆଉ ଆପଣଙ୍କୁ ଘଣ୍ଟା ଘଣ୍ଟା ସମୟ ଦେବାକୁ ପଡ଼ିବନି।

ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ବୁଲି କାର୍ଯ୍ୟର ତଦାରଖ କରିଛନ୍ତି।

  • Published: Saturday, 04 March 2023
  • , Updated: 04 March 2023, 10:13 AM IST

ରାଜଧାନୀରୁ ରେଶମ ସହର ବ୍ରହ୍ମପୁର ବୁଲିବାକୁ ଯିବାକୁ ଚାହୁଁଛନ୍ତି କି ? ଏଥିନିମନ୍ତେ ଆଉ ଆପଣଙ୍କୁ ଘଣ୍ଟା ଘଣ୍ଟା ସମୟ ଦେବାକୁ ପଡ଼ିବନି। ଖୁବ୍‌ ଅଳ୍ପ ସମୟରେ ଆପଣଙ୍କ ଭୁବନେଶ୍ୱରରୁ ବାହାରି ବ୍ରହ୍ମପୁରରେ ପହଞ୍ଚି ପାରିବେ। ଏଥିନିମନ୍ତେ ଖୁବ୍‌ ଶୀଘ୍ର ବ୍ରହ୍ମପୁରକୁ ଆରମ୍ଭ ହେବାକୁ ଯାଉଛି ବିମାନ ସେବା ।

ଆସନ୍ତା ୫ ତାରିଖରୁ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ଭୁବନେଶ୍ୱରକୁ ଉଡ଼ିବ ବିମାନ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଏହାର ଉଦ୍‌ଘାଟନ କରିବେ ବୋଲି ଜଣାଯାଇଛି। ଏଥିନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢୀ ଏୟାରଷ୍ଟ୍ରିପ୍ ବୁଲି କାର୍ଯ୍ୟର ତଦାରଖ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ୯ ସିଟେଡ୍ ବିମାନ ଉଡ଼ାଣ ପାଇଁ ଯୋଜନା ଥିବା ସେ ସୂଚନା ଦେଇଛନ୍ତି । ପ୍ରଥମେ ସପ୍ତାହକୁ ୨ ଥର ବିମାନ ଚଳାଚଳ କରିବ । ଏହାପରେ ଲୋକଙ୍କ ଆଗ୍ରହ ତଥା ଆବଶ୍ୟକତା ମୁତାବକ ଏହାକୁ ସମ୍ପ୍ରସାରଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ସଚିବ ।

ସେପଟେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଦାବି କରିଛି ଓଡ଼ିଶା ଡେଭଲପମେଣ୍ଟ ଫୋରମ । ଏଥିସହ ଏୟାରଷ୍ଟ୍ରିପର ନାମ ପରିବର୍ତ୍ତନ କରି ବ୍ରହ୍ମପୁର ଏୟାରଷ୍ଟ୍ରିପ୍ କିମ୍ବା କୌଣସି ସ୍ଥାନୀୟ ମହାପୁରୁଷଙ୍କ ନାମରେ ନାମିତ କରିବାକୁ ଉଠିଛି ଦାବି ।

ପ୍ରଥମ ପର୍ଯ୍ୟାୟରେ ଉଡ଼ାଣ କାର୍ଯ୍ୟକ୍ରମରେ ଏହି ବିମାନ ସେବା ଆରମ୍ଭ ହେବ । ପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଏହାକୁ ସମ୍ପ୍ରସାରଣ କରାଯିବ ବୋଲଇ ଗଞ୍ଜାମର ଅତିରିକ୍ତ ଜିଲାପାଳ ଭି. କିର୍ତ୍ତୀଭାଷନ କହିଛନ୍ତି।

Related story