Advertisment

ଘଟ ପରିବର୍ତ୍ତନରେ ବିଭ୍ରାଟ: ୯ ଜଣଙ୍କୁ ନୋଟିସ୍ ଜାରି

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ଘଟ ପରିବର୍ତ୍ତନ ନୀତି ବିଭ୍ରାଟ ପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ମୋଟ ୯ ଜଣଙ୍କୁ ଏହି ନୋଟିସ୍ ଦିଆଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୪ ବାଡଗ୍ରାହୀ, ୩ ବିଶ୍ୱକର୍ମା, ଦେଉଳ କରଣ ଓ ତଢଉ କରଣ । ପୂର୍ବରୁ ଦଇତାପତି ନିଯୋଗ ସଭାପତି ଓ ସଂପାଦକଙ୍କୁ ନୋଟିସ ଜାରି କରାଯାଇଥିଲା । ଘଟ ପରିବର୍ତ୍ତନ ନୀତି କାହିଁକି ବିଳମ୍ୱ ହେଲା, ଘଟ ପରିବର୍ତ୍ତନ ସମୟରେ ସେଠାରେ କ’ଣ […]

ଅଦ୍ୟତନ ହୋଇଛି
ଘଟ ପରିବର୍ତ୍ତନରେ ବିଭ୍ରାଟ: ୯ ଜଣଙ୍କୁ ନୋଟିସ୍ ଜାରି

Sri-Puri

Advertisment

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ଘଟ ପରିବର୍ତ୍ତନ ନୀତି ବିଭ୍ରାଟ ପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ମୋଟ ୯ ଜଣଙ୍କୁ ଏହି ନୋଟିସ୍ ଦିଆଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୪ ବାଡଗ୍ରାହୀ, ୩ ବିଶ୍ୱକର୍ମା, ଦେଉଳ କରଣ ଓ ତଢଉ କରଣ । ପୂର୍ବରୁ ଦଇତାପତି ନିଯୋଗ ସଭାପତି ଓ ସଂପାଦକଙ୍କୁ ନୋଟିସ ଜାରି କରାଯାଇଥିଲା । ଘଟ ପରିବର୍ତ୍ତନ ନୀତି କାହିଁକି ବିଳମ୍ୱ ହେଲା, ଘଟ ପରିବର୍ତ୍ତନ ସମୟରେ ସେଠାରେ କ’ଣ ଘଟିଥିଲା, କେଉଁମାନେ ବିଶୃଙ୍ଖଳା କରିଥିଲେ ଓ କେଉଁମାନେ ବିଶୃଙ୍ଖଳା ଲାଗି ଉସକାଇ ଥିଲେ। ବ୍ୟକ୍ତିଗତ ଭାବେ ଉପସ୍ଥିତି ବୟାନ ରେକର୍ଡ କରାଇବା ଲାଗି ସମସ୍ତଙ୍କୁ କୁହାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି। ଦୋଷୀ ବ୍ୟକ୍ତିଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe