Advertisment

ଗୋପାଳପୁର ରାଡ଼ାର କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍

ବ୍ରହ୍ମପୁର: ଗୋପାଳପୁର ଠାରେ ସ୍ଥାପନ ହେଉଥିବା ରାଡ଼ାର କାର୍ଯ୍ୟର ଅଗ୍ରଗତି ସଂପର୍କରେ କେନ୍ଦ୍ରର ଏକ ଟିମ୍ ଅନୁଧ୍ୟାନ କରି ଫେରିଯାଇଛନ୍ତି। ଓଡ଼ିଶା ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ, ଆଇଏମଡିର ଉପ-ମହାନିର୍ଦ୍ଦେଶକ ସତିଶ୍ ଭାଟ୍ଟିଆ ଓ ବୈଜ୍ଞାନିକ ସାଇ କ୍ରିଷ୍ଣାନ୍ କୋଠା ନିର୍ମାଣ କାମ ଓ ରାଡ଼ର ସଂଲଗ୍ନ ବିଭିନ୍ନ ଉପକରଣ ସ୍ଥାପନ ସଂପର୍କରେ ଆଲୋଚନା କରିବା ସହ ସାଇଟ୍ ବୁଲି ଦେଖିଥିଲେ। ଅନେକ ଉପକରଣ ଆସି ପହଞ୍ଚି ସାରିଛି। ଆଉ କିଛି ଉପକରଣ […]

ଗୋପାଳପୁର ରାଡ଼ାର କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍

logo

Advertisment

ବ୍ରହ୍ମପୁର: ଗୋପାଳପୁର ଠାରେ ସ୍ଥାପନ ହେଉଥିବା ରାଡ଼ାର କାର୍ଯ୍ୟର ଅଗ୍ରଗତି ସଂପର୍କରେ କେନ୍ଦ୍ରର ଏକ ଟିମ୍ ଅନୁଧ୍ୟାନ କରି ଫେରିଯାଇଛନ୍ତି। ଓଡ଼ିଶା ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ, ଆଇଏମଡିର ଉପ-ମହାନିର୍ଦ୍ଦେଶକ ସତିଶ୍ ଭାଟ୍ଟିଆ ଓ ବୈଜ୍ଞାନିକ ସାଇ କ୍ରିଷ୍ଣାନ୍ କୋଠା ନିର୍ମାଣ କାମ ଓ ରାଡ଼ର ସଂଲଗ୍ନ ବିଭିନ୍ନ ଉପକରଣ ସ୍ଥାପନ ସଂପର୍କରେ ଆଲୋଚନା କରିବା ସହ ସାଇଟ୍ ବୁଲି ଦେଖିଥିଲେ। ଅନେକ ଉପକରଣ ଆସି ପହଞ୍ଚି ସାରିଛି। ଆଉ କିଛି ଉପକରଣ ଆସିବାର ଅଛି। ଜୁଲାଇ ମାସ ଦ୍ୱିତୀୟ ସପ୍ତାହ ସୁଧା ଏହି ରାଡ଼ର କାର୍ଯ୍ୟକ୍ଷମ ହେବ ବୋଲି ସେମାନେ ସୂଚନା ପ୍ରଦାନ କରିଛନ୍ତି। ଏହା କାର୍ଯ୍ୟକ୍ଷମ ହେଲେ ଦକ୍ଷିଣ ଓଡ଼ିଶାର ୨୫୦କିଲୋମିଟର ଅଞ୍ଚଳର ପାଣିପାଗ ସମ୍ପର୍କୀୟ ସୂଚନା ମିଳିପାରିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe