ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ୩ ମାସ ମାଗଣା ଚାଉଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ହିତାଧିକାରୀଙ୍କୁ ଆଉ ୩ମାସ ପର୍ଯ୍ୟନ୍ତ ମାଗଣା ଚାଉଳ ଯୋଗାଇ ଦେବାକୁ ଘୋଷଣା କରିବା ପରେ ରାଜ୍ୟ ସରକାର ଆଜି ନିଜସ୍ୱ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଅନୁରୂପ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୩ମାସ ପାଇଁ ଅର୍ଥାତ ଡିସେମ୍ବର ମାସ ପର୍ଯ୍ୟନ୍ତ ମାସକୁ ଅତିରିକ୍ତ ମୁଣ୍ଡପିଛା ୫କିଲୋ ଲେଖାଏଁ ମାଗଣା ଚାଉଳ ଯୋଗାଇ ଦେବାକୁ […]

rice

Ordigital Desk
  • Published: Saturday, 01 October 2022
  • , Updated: 01 October 2022, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ହିତାଧିକାରୀଙ୍କୁ ଆଉ ୩ମାସ ପର୍ଯ୍ୟନ୍ତ ମାଗଣା ଚାଉଳ ଯୋଗାଇ ଦେବାକୁ ଘୋଷଣା କରିବା ପରେ ରାଜ୍ୟ ସରକାର ଆଜି ନିଜସ୍ୱ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଅନୁରୂପ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୩ମାସ ପାଇଁ ଅର୍ଥାତ ଡିସେମ୍ବର ମାସ ପର୍ଯ୍ୟନ୍ତ ମାସକୁ ଅତିରିକ୍ତ ମୁଣ୍ଡପିଛା ୫କିଲୋ ଲେଖାଏଁ ମାଗଣା ଚାଉଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ୨.୯୨ଲକ୍ଷ ପରିବାରର ୯.୦୫ଲକ୍ଷ ହିତାଧିକାରୀ ଉପକୃତ ହେବେ।

ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ଭଳି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ବି ଅନୁରୂପ ଭାବେ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୩ମାସ ପାଇଁ ମୁଣ୍ଡପିଛା ମାସକୁ ଅତିରିକ୍ତ ୫କିଲୋ ଲେଖାଏଁ ଚାଉଳ ମାଗଣାରେ ପାଇପାରିବେ । ଏଥିପାଇଁ ରାଜ୍ୟ ସରକାର ୪୯କୋଟି ଟଙ୍କା ଖର୍ଚ୍ଚ କରି ୧୩,୫୭୫ ମେଟ୍ରିକ ଟନ୍ ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି ।

Related story