ବିପୁଳ ପରିମାଣର ଜିଏସ୍‌ଟି ଫାଙ୍କି:୨ଟି ସ୍ଥାନରେ ଚଢ଼ାଉ, ୫.୬୮ କୋଟି ଜବତ

ବୌଦ୍ଧ (ଦୀପକ ଅଦର): ବିପୁଳ ପରିମାଣର ଜିଏସ୍‌ଟି ଫାଙ୍କି। ଏଭଳି ଅଭିଯୋଗକୁ ଭିତ୍ତି କରି ବୌଦ୍ଧ ସହରର ଦୁଇଟି ସ୍ଥାନରେ ସମ୍ବଲପୁର ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବୌଦ୍ଧ ବାବୁସାହି ସ୍ଥିତ ବଜରଙ୍ଗ ଅଗ୍ରଓ୍ୱାଲଙ୍କ ଶ୍ରୀ ବିନାୟକ ଟେକ୍ସଟାଇଲରେ ପ୍ରଥମ ଚଢ଼ଉ ହୋଇଥିବା ବେଳେ ସୁଦସାହିର ରାଧେଶ୍ୟାମ୍ ସିଂଘାଲ ଏବଂ ତାଙ୍କ ପାଟନର ନାରାୟଣ ପ୍ରସାଦ ଅଗ୍ରଓ୍ୱାଲଙ୍କ ନାମରେ ଥିବା ସିଂଘାଲ ଆଣ୍ଡ ସିଂଘାଲ ଟେକ୍ସଟାଇଲରେ ଦ୍ୱିତୀୟ ଚଢ଼ାଉ କରାଯାଇଥିଲା। ବିନାୟକ ଟେକ୍ସଟାଇଲର ମାଲିକ ବଜରଙ୍ଗ […]

Tanka

  • Published: Saturday, 06 August 2022
  • , Updated: 06 August 2022, 04:50 PM IST

ବୌଦ୍ଧ (ଦୀପକ ଅଦର): ବିପୁଳ ପରିମାଣର ଜିଏସ୍‌ଟି ଫାଙ୍କି। ଏଭଳି ଅଭିଯୋଗକୁ ଭିତ୍ତି କରି ବୌଦ୍ଧ ସହରର ଦୁଇଟି ସ୍ଥାନରେ ସମ୍ବଲପୁର ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବୌଦ୍ଧ ବାବୁସାହି ସ୍ଥିତ ବଜରଙ୍ଗ ଅଗ୍ରଓ୍ୱାଲଙ୍କ ଶ୍ରୀ ବିନାୟକ ଟେକ୍ସଟାଇଲରେ ପ୍ରଥମ ଚଢ଼ଉ ହୋଇଥିବା ବେଳେ ସୁଦସାହିର ରାଧେଶ୍ୟାମ୍ ସିଂଘାଲ ଏବଂ ତାଙ୍କ ପାଟନର ନାରାୟଣ ପ୍ରସାଦ ଅଗ୍ରଓ୍ୱାଲଙ୍କ ନାମରେ ଥିବା ସିଂଘାଲ ଆଣ୍ଡ ସିଂଘାଲ ଟେକ୍ସଟାଇଲରେ ଦ୍ୱିତୀୟ ଚଢ଼ାଉ କରାଯାଇଥିଲା।

ବିନାୟକ ଟେକ୍ସଟାଇଲର ମାଲିକ ବଜରଙ୍ଗ ଅଗ୍ରଓ୍ୱାଲଙ୍କ ଘରୁ ନଗଦ ୫ କୋଟି ୬୮ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଟଙ୍କାକୁ ସମ୍ପୃକ୍ତ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରରେ ଡିପୋଜିତ କରି ବ୍ୟାଙ୍କ ଖାତାକୁ ଅଚଳ କରିଦିଆଯାଇଛି। ସେହିପରି ସିଂଘାଲ ଆଣ୍ଡ ସିଂଘାଲ ଟେକ୍ସଟାଇଲର ମାଲିକଙ୍କ ଘରୁ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର, କମ୍ପ୍ୟୁଟର, ଲାପଟପ୍ ଜବତ କରାଯାଇଛି।

୧୨ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଏହି ଦୁଇ ସଂସ୍ଥା ବିପୁଳ ଜିଏସଟି ଠକେଇ କରିଥିବା ଚଢ଼ଉରେ ସାମିଲ ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ତଦନ୍ତ ସରିବା ପରେ ଠକେଇର ପରିମାଣ ସ୍ପଷ୍ଟ କରାଯିବ ବୋଲି କୁହାଯାଇଛି।

ଏହି ଦୁଇ ସଂସ୍ଥା ବ୍ୟବସାୟ ଓ ଅର୍ଥ କାରବାର ଅନୁଯାୟୀ ସଠିକ୍ ପରିମାଣର ଜିଏସ୍‌ଟି ପୈଠ କରୁ ନ ଥିଲେ।  ଜିଏସ୍‌ଟି ଫାଙ୍କୁଥିଲେ। ଏନେଇ ଏକ ଅଭିଯୋଗ ଆଧାରରେ ଗତକାଲି ଠାରୁ ଚଢ଼ାଉ ଚାଲିଥିବା ବିଭାଗୀୟ ଅଧିକାରୀମାନେ କହିଛନ୍ତି।

Related story