/odisha-reporter/media/post_attachments/uploads/2016/05/tirupati-chaudhree.jpg)
tirupati-chaudhree
ଭୁବନେଶ୍ୱର: ଟଙ୍କା ନେଇ ଫ୍ଲାଟ୍ ନ ଦେବା ଅଭିଯୋଗରେ ଆଜି ହାଇଟେକ୍ ହେଭେନ୍ ଫ୍ଲାଟ୍ ଓନର୍ସ ୱେଲଫେୟାର ଆସୋସିଏସନ୍ର ସଦସ୍ୟମାନେ ହାଇଟେକ୍ ଅଫିସ୍ ଘେରାଉ କରିବା ସହିତ କଂପାନୀର ନିର୍ଦ୍ଦେଶକ ତିରୁପତି ଚୌଧରୀଙ୍କୁ ତଳେ ବସାଇ ଅଟକ ରଖିଥିଲେ। ଚୁକ୍ତି ମୁତାବକ ଫ୍ଲାଟ୍ ଯୋଗାଇ ନ ଦେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ଓ ଆଇନର ସହାୟତା ନିଆଯିବ ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି।
ଆସୋସିଏସନ୍ର ସଦସ୍ୟ ସଞ୍ଜୟ ମହାପାତ୍ର କହିଛନ୍ତି,“ହାଇଟେକ୍ ବିଲ୍ଡର୍ସ ସହିତ ହୋଇଥିବା ଚୁକ୍ତି ମୁତାବକ ସେମାନେ ଗ୍ରାହକମାନଙ୍କୁ ଏ-୧ ଓ ଏ-୨ ଫ୍ଲାଟ୍ ୨୦୧୬ ଜୁନ୍ ୩୦ ଦେବା କଥା। ବି-୧ ଓ ବି-୨ ଫ୍ଲାଟ୍ ୨୦୧୬ ସେପ୍ଟେମ୍ବର ୩୦ ସୁଦ୍ଧା ଦେବେ। ସେହିଭଳି ଏ-୩, ଏ-୪, ବି-୩ ଓ ବି-୪ ଫ୍ଲାଟ୍ ୨୦୧୭ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଯୋଗାଇ ଦେବେ। ବାକି ଫ୍ଲାଟ୍ ଗୁଡ଼ିକୁ ୨୦୧୭ ଜୁନ୍ ୩୦ ସୁଦ୍ଧା ଯୋଗାଇ ଦେବା ପାଇଁ ଚୁକ୍ତି ହୋଇଛି। କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ସେମାନେ ଠିକ୍ ସମୟରେ ଘର ଯୋଗାଇ ଦେବା ଭଳି ମନେ ହେଉ ନାହିଁ।”
ଆସୋସିଏସନ୍ର ସଂପାଦକ ନିରଞ୍ଜନ ପ୍ରସାଦ ଦାସ କହିଛନ୍ତି,“୧୧୦୦ ଘର ଯୋଗାଇ ଦେବା ପାଇଁ ହାଇଟେକ୍ ବିଲ୍ଡର୍ସ ୨୦୧୦ରୁ ୨୦୧୧ ମଧ୍ୟରେ ପର୍ଯ୍ୟାୟକ୍ରମେ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲା। ଏହି ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୧୭୫ କୋଟି ଟଙ୍କା ରହିଥିବା ବେଳେ ହାଇଟେକ୍ ବିଲ୍ଡର୍ସ ଏଥିରୁ ୧୨୦ କୋଟି ନେଇ ସାରିଛି। କିନ୍ତୁ ନେଇଥିବା ଟଙ୍କା ଅନୁସାରେ କାମ ହୋଇ ନାହିଁ। ପ୍ରାୟ ୮୦ କୋଟି ନିବେଶ କରାଯାଇଥିବା ବେଳେ ଆଉ ୪୦ କୋଟି ସେମାନେ ଅନ୍ୟତ୍ର ନିବେଶ କରିଛନ୍ତି।”
ଅନ୍ୟପକ୍ଷରେ ତିରୁପତି ଚୌଧୁରୀ କହିଛନ୍ତି,“ଠିକ୍ ସମୟରେ ଫ୍ଲାଟ୍ ଯୋଗାଇ ଦିଆଯିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
