ଭାଙ୍ଗିଲା ଘର, ସ୍କୁଲ କାନ୍ଥ

ଲମତାପୁଟ (ଜଗତ ଜୀବନ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏହାର ପ୍ରଭାବ ବଣ ପାହାଡ଼ ଘେରା କୋରାପୁଟ୍‌ ଜିଲ୍ଲାରେ ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଲମତାପୁଟ ଓ ନନ୍ଦପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ଷାରେ ୨ଟି ବ୍ଲକରେ ୧୫ଟି ବାସଗୃହ ଭାଙ୍ଗି ଯାଇଥିବା ବେଳେ ୨ଟି ବିଦ୍ୟାଳୟର ଶ୍ରେଣୀ ଗୃହର କାନ୍ଥ ଭୁଶୁଡ଼ି ପଡ଼ିଛି। ଲମତାପୁଟ ବ୍ଲକରେ ୮ଟି ବାସଗୃହ ଭାଙ୍ଗି ଯାଇଥିବା ବେଳେ ନନ୍ଦପୁର ବ୍ଲକରେ ୭ଟି ବାସଗୃହ ଭାଙ୍ଗି ଯାଇଛି। […]

Koraput

  • Published: Wednesday, 10 August 2022
  • , Updated: 10 August 2022, 08:51 PM IST

ଲମତାପୁଟ (ଜଗତ ଜୀବନ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏହାର ପ୍ରଭାବ ବଣ ପାହାଡ଼ ଘେରା କୋରାପୁଟ୍‌ ଜିଲ୍ଲାରେ ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ ଲମତାପୁଟ ଓ ନନ୍ଦପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ଷାରେ ୨ଟି ବ୍ଲକରେ ୧୫ଟି ବାସଗୃହ ଭାଙ୍ଗି ଯାଇଥିବା ବେଳେ ୨ଟି ବିଦ୍ୟାଳୟର ଶ୍ରେଣୀ ଗୃହର କାନ୍ଥ ଭୁଶୁଡ଼ି ପଡ଼ିଛି। ଲମତାପୁଟ ବ୍ଲକରେ ୮ଟି ବାସଗୃହ ଭାଙ୍ଗି ଯାଇଥିବା ବେଳେ ନନ୍ଦପୁର ବ୍ଲକରେ ୭ଟି ବାସଗୃହ ଭାଙ୍ଗି ଯାଇଛି। ନନ୍ଦପୁର ବ୍ଲକର ପରଟା ପ୍ରାଥମିକ ବିଦ୍ୟାଳୟ ଓ ନନ୍ଦପୁର ବୋର୍ଡ ପ୍ରାଥମିକ ବିଦ୍ୟାଳୟର କାନ୍ଥ ଭାଙ୍ଗି ଯାଇଛି।

ଅନ୍ୟପକ୍ଷରେ ଲଗାଣ ବର୍ଷାରେ ନୂଆପଡା ଜିଲ୍ଲା ଜୋଙ୍କ ନଦୀ ଉପରେ ଥିବା ବ୍ରିଜ ଧୋଇ ହୋଇଯାଇଥିଲା ବ୍ରିଜ ଭାଙ୍ଗିବା ଯୋଗୁ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଥିଲା।

ଲଗାଣ ବର୍ଷା ଯୋଗୁ କିଛି ଦିନ ହେବ ଜୋଙ୍କ ନଦୀ ଉପରେ ପାଣି ପ୍ରବାହିତ ହେଉଥିଲା। ଜୋଙ୍କ ନଦୀ ସୁନାବେଡ଼ା ଅଭୟାରଣ୍ୟରୁ ବାହାରିଥିବା ବେଳେ ଏହି ବ୍ରିଜ ସାରାବଙ୍ଗରୁ ଓ ଆମାନାରା ଗାଁ ମଝିରେ ରହିଛି। ଏହି ବ୍ରିଜ ଛତିଶଗଡ଼ର ଗରିଆବନ୍ଧ ଓ ମହାସମୁନ୍ଦ ଜିଲ୍ଲାକୁ ସଂଯୋଗ କରିଥାଏ। ପ୍ରତିଦିନ ଏହି ବ୍ରିଜ ଉପରେ ଶହ ଶହ ଗାଡ଼ି ଯାତାୟତ କରିଥାଏ। ତଥା ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଯାତାୟତର ଏହା ଏକ ପ୍ରମୁଖ ମାଧ୍ୟମ । ମାତ୍ର ଲଗାଣ ବର୍ଷା ଯୋଗୁ ଗତକାଲି ରାତିରେ ବ୍ରିଜଟି ଧୋଇ ହୋଇଯାଇଛି। ବ୍ରିଜର ଅପର ପାର୍ଶ୍ୱରେ ୫ଟି ପଞ୍ଚାୟତ ରହିଯାଇଥିବାରୁ ସେମାନେ ବାହ୍ୟ ଜଗତ ସହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛନ୍ତି।

Related story