ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ନିରଞ୍ଜନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଘରୁ ପୋଲିସ ଜଣେ ମହିଳାଙ୍କ ସହ ଦୁଇ ନାବାଳିକା ଝିଅଙ୍କ ମୃତଦେହ ଉଦ୍ଧାର କରିଛି । ମଙ୍ଗଳବାର ସନ୍ଧ୍ୟାରେ ପୁଷ୍ପାଞ୍ଜଳି ପ୍ରଧାନ ମହିଳାଙ୍କ ଝୁଲନ୍ତା ଶବ ସ୍ଥାନୀୟ ଲୋକେ ଠାବ କରିଥିଲେ । ଉକ୍ତ ଘରେ ଗୋଟିଏ ଝିଅ ଓ ଅନ୍ୟ ଏକ ଘରେ କଡିଥିବା ଆଉ ଜଣେ ଝିଅର ମୃତଦେହ ପଡିଥିଲା । ଏ ନେଇ ସ୍ଥାନୀୟ ଲୋକେ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ପୋଲିସ ମହିଳାଙ୍କ ସ୍ୱାମୀ ଭୁବନା ଭୁଜବଳଙ୍କୁ ଅଟକ ରଖି ପଚରାଉଚରା କରିଛୁ । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ମୃତା ପୁଷ୍ପାଞ୍ଜଳିଙ୍କ ଭାଇ ଏହା ଏକ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Education
ଆସନ୍ତାକାଲି +୨ ରେଜଲ୍ଟ , ଏପଟେ ବଢ଼ିଲା +୩ ନାମଲେଖା ଅବଧି
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ +୨ ରେଜଲ୍ଟ ପରୀକ୍ଷା-୨୦୨୫ର ଫଳାଫଳ ଘୋଷଣାରେ ବିଳମ୍ବ ହେତୁ ଓଡ଼ିଶା ସରକାର ମଙ୍ଗଳବାର ଡିଗ୍ରୀ କଲେଜଗୁଡ଼ିକରେ +୩ ନାମଲେଖା ପାଇଁ ସମୟସୀମା ବୃଦ୍ଧି କରିଛନ୍ତି।

Miscellaneous
କ୍ୟାବିନେଟ୍ ବୈଠକ: ବିଜେଡି ଶୈଳୀରେ ଚାଲିଥିଲା ୧୦ମାସ, ଏବେ ‘ରୁଲସ୍ ଅଫ ବିଜିନେସ’କୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ
କ୍ୟାବିନେଟ୍ ବୈଠକ ଓ ଏଜେଣ୍ଡା ପ୍ରସ୍ତୁତି ଆଦିକୁ ନେଇ ‘ରୁଲସ୍ ଅଫ ବିଜିନେସ୍’ର ତୃତୀୟ ଖଣ୍ଡରେ ଥିବା ପ୍ରାବଧାନକୁ ପୁଣିଥରେ କଡ଼ାକଡ଼ି ପାଳନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

Guest Column
ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ପ୍ରସ୍ତୁତି
ଲୋକଙ୍କ ମୁଖ୍ୟମନ୍ତ୍ରୀ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜକୋଷର ଅର୍ଥ ଓ ବ୍ୟବସ୍ଥା ସର୍ବନିମ୍ନ ଯେପରି ଖର୍ଚ୍ଚ କରାଯାଏ ସେଥିପାଇଁ ମୋହନ ମାଝୀ ସରକାରଙ୍କୁ ଏକ କୌଶଳ ନିର୍ଦ୍ଧାରଣ କରିବାକୁ ପଡ଼ିବ। ଜନସାଧରଣଙ୍କ ଟିକସ ଅର୍ଥରେ ମୁଖ୍ୟମନ୍ତ୍ରୀ ଯାହା ଶାସନ ପାଇଁ ଆବଶ୍ୟକ କରିବା ସମୟରେ ସର୍ବନିମ୍ନ ଅର୍ଥ ଯେପରି ତାଙ୍କ ପାଇଁ ଖର୍ଚ୍ଚ ହେଉଛି ତାହାର ଏକ ବାର୍ତ୍ତା ସବୁବେଳେ ଜନସାଧାରଣଙ୍କ ନିକଟରେ ହୃଦ୍ବୋଧ ହେଲାପରି ଦେବାକୁ ହେବ।

Offbeat
ଋଷିକୂଲ୍ୟା ମୁହାଁଣରେ ଅଲିଭ୍ ରିଡ୍ଲେଙ୍କ ରେକର୍ଡ଼!
ଏବର୍ଷ ଋଷିକୂଲ୍ୟା ନଦୀ ମୁହାଁଣରେ ରେକର୍ଡ଼ କରିଛନ୍ତି ଅଲିଭ୍ ରିଡ୍ଲେ। ଅପରେସନ୍ ଅଲିଭିଆ ଯୋଜନାରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ଏବର୍ଷ ଫେବୃଆରୀ ମାସ ଶେଷ ସୁଦ୍ଧା ଋଷିକୂଲ୍ୟା ମୁହାଁଣରେ ପ୍ରଜନନ ୬ ଲକ୍ଷ ୯୮ ହଜାର ୭୧୮ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡାଦାନ କରିଛନ୍ତି।

Crime
ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲା: ଫସିଗଲେ ପୁରୀର ପ୍ରିୟଙ୍କା, ଗିରଫ ଟ୍ରାଭେଲ ବ୍ଲଗର ଜ୍ୟୋତିଙ୍କ ସହିତ ଥିଲା ସଂପର୍କ
ଶତ୍ରୁରାଷ୍ଟ୍ର ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କୁ ବାନ୍ଧିବା ପରେ ତାଙ୍କ ଲିଙ୍କରେ ଥିବା ଆଉ ୭ ଜଣଙ୍କୁ ବି ଜେଲରେ ପୂରାଇଲାଣି ହରିୟାଣା ପୁଲିସ।