Advertisment

ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ମୁମ୍ବାଇ ହାଇକୋର୍ଟକୁ ବଦଳି, ଓଡ଼ିଶା ହାଇକୋର୍ଟରୁ ୨ ଜଣ ଜଜ୍ ଯିବେ, ଜଣେ ଆସିବେ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ମୁମ୍ବାଇ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ଆଜି ସୁପାରିସ୍ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଜଷ୍ଟିସ ମହାନ୍ତିଙ୍କ ବଦଳି ସମେତ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସୁଜିତ୍ ନାରାୟଣ ପ୍ରସାଦ ଓ ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନିଜ ନିଜର ଗୃହ ରାଜ୍ୟକୁ ଫେରିବା ପାଇଁ ସୁପାରିସ୍ କରିଛନ୍ତି। କଲେଜିୟମଙ୍କ ସୁପାରିସ ଅନୁସାରେ ୨୦୧୭ […]

author-image
Hemant Lenka
ହାଇକୋର୍ଟ ସ୍ଥାୟୀ ବେଞ୍ଚ: ରାଜ୍ୟ ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଲେ କେନ୍ଦ୍ର ଆଇନମନ୍ତ୍ରୀ 

Odisha-High-Court

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ମୁମ୍ବାଇ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ଆଜି ସୁପାରିସ୍ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଜଷ୍ଟିସ ମହାନ୍ତିଙ୍କ ବଦଳି ସମେତ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସୁଜିତ୍ ନାରାୟଣ ପ୍ରସାଦ ଓ ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନିଜ ନିଜର ଗୃହ ରାଜ୍ୟକୁ ଫେରିବା ପାଇଁ ସୁପାରିସ୍ କରିଛନ୍ତି।

Advertisment

କଲେଜିୟମଙ୍କ ସୁପାରିସ ଅନୁସାରେ ୨୦୧୭ ନଭେମ୍ବର ୨୩ରୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ତାଙ୍କର ମୂଳ ସ୍ଥାନ ଓଡ଼ିଶା ହାଇକୋର୍ଟଙ୍କୁ ଫେରିବା ପାଇଁ ସୁପାରିସ୍ କରାଯାଇଥିବାବେଳେ ୨୦୧୫ ମାର୍ଚ୍ଚ ୧୨ରୁ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଜଷ୍ଟିସ୍ ପ୍ରସାଦଙ୍କୁ ନିଜର ମୂଳ ସ୍ଥାନ ଝାଡ଼ଖଣ୍ଡ ହାଇକୋର୍ଟଙ୍କୁ ଫେରାଇ ନିଆଯାଉ ବୋଲି ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ସୁପାରିସ୍ କରାଯାଇଛି ।