ଠିକା କ୍ୟାମ୍ପରେ ନିଆଁ ଲାଗି ଶ୍ରମିକ ଜୀବନ୍ତ ଦଗ୍ଧ

ଆଜି ଅପରାହ୍ନରେ ଏହି ହୃଦୟ ବିଦାରକ ଘଟଣା ଘଟିଛି।

ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଲାଗିଛି।

  • Published: Monday, 27 February 2023
  • , Updated: 27 February 2023, 08:13 PM IST

କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ନିକଟରେ ଥିବା ଠିକା କ୍ୟାମ୍ପରେ ନିଆଁ ଲାଗି ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ। ମୃତକ ଜଣକ ପ୍ରଦୀପ କେତକୀ। ଆଜି ଅପରାହ୍ନରେ ଏହି ହୃଦୟ ବିଦାରକ ଘଟଣା ଘଟିଛି।

ଖବର ପାଇବା ପରେ ଘଟଣାସ୍ଥଳରେ ଦମକଳ ବାହୀନି ପହଞ୍ଚି ନିଆକୁ ଆୟତ୍ତ କରିଥିଲା। ସଦରଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ପୁଲିସ କିମ୍ବା ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Related story