/odisha-reporter/media/post_attachments/uploads/2016/05/elephant.jpg)
elephant
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ପଲିକାଟେଣି ଗାଁର ଛେଳିଆଗୁଡ଼ା ସାହିର ବୁଧିଆ ନାୟକ ନାମକ ଜଣେ ବୃଦ୍ଧ ଆଜି ଭୋରରେ ନିଜ ଜମିକୁ ଯାଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ମାରି ଦେଇଛି। ଫଳରେ ଉକ୍ତ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
Advertisment
କାମାକ୍ଷାନଗର ରେଞ୍ଜ ଜଙ୍ଗଲରେ ରହୁଥିବା ଏହି ଦନ୍ତାହାତୀଟି ଗତ ୧୦ ଦିନରେ ଏହାକୁ ମିଶାଇ ଦୁଇ ଜଣଙ୍କୁ ହତ୍ୟା କରିଛି। ଏହା ପୂର୍ବରୁ ୧୦ ଦିନ ତଳେ ମାଳପୁରା ଗାଁର ଜେମାଦେଇ ନାୟକ (୬୦)ଙ୍କୁ ଏହି ଦନ୍ତାଟି ଦଳି ହତ୍ୟା କରିଥିଲା।
କାମାକ୍ଷାନଗର ରେଞ୍ଜର (ପଶ୍ଚିମ) ଅଲେଖ ବେହେରା କହିଛନ୍ତି ଯେ ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଭୋରରେ ଜମି, କେନାଲ ବନ୍ଧ ଆଡ଼କୁ ନ ଯିବାକୁ କୁହାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
