ଶାଶୁ ଘରକୁ ଫେରିବାକୁ ସର୍ତ୍ତ ରଖିଲେ ଦେବକୀ

ଯୌତୁକ ମାଗିବା ପରେ ବରକୁ ଛାଡ଼ି ଦେବକୀ ଆଜକୁ ୫ ଦିନ ହେଲା ବାପ ଘରେ ଅଛନ୍ତି।

Deabaki duggal PhotoOR

ଦେବକୀ ଦିଗାଲଙ୍କର ବିବାହ ସମୟର ଫଟୋ

Tapaswini Nayak
  • Published: Thursday, 15 June 2023
  • Updated: 15 June 2023, 09:08 AM IST

Sports

Latest News

ଯୌତୁକରେ ବର ବାଇକ ମାଗିବାରୁ ବାହାଘର ପରଦିନ ନବବଧୂ ହାତରୁ ଶଙ୍ଖା ଖୋଲି ବାପ ଘରକୁ ଚାଲିଆସିବା ଘଟଣାରେ ଆସିଛି ନୂଆ ମୋଡ଼।ଯୌତୁକକୁ ବିରୋଧ କରି ଏଭଳି ପଦକ୍ଷେପ ନେଇ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସାରୁପାଟା ଗାଁର ଦେବକୀ ଦିଗାଲ ଏବେ ଶାଶୁ ଘରକୁ ଫେରିବାକୁ ରଖିଛନ୍ତି ସର୍ତ୍ତ। କୋର୍ଟ ମ୍ୟାରେଜ କରିବା ପରେ ହିଁ ଶାଶୁ ଘରକୁ ଫେରିବେ ବୋଲି ସେ ରୋକଠୋକ ଶୁଣାଇ ଦେଇଛନ୍ତି। 

ଦେବକୀ କହିଛନ୍ତି, କୋର୍ଟ ମ୍ୟାରେଜ କରିବା ପରେ ହିଁ ଶାଶୁ ଘରକୁ ଯିବି। ଯେପର୍ଯ୍ୟନ୍ତ କୋର୍ଟ ମ୍ୟାରେଜ ନ ହୋଇଛି ସେ ପର୍ଯ୍ୟନ୍ତ ବାପା ଘରେ ହିଁ ରହିବି। ମୋ ସ୍ୱାମୀ ତାଙ୍କ ଭୁଲ୍ ବୁଝିପାରିଛନ୍ତି। ସେ ଆଉ କେବେ ଯୌତୁକ ମାଗିବେନି ବୋଲି କହିଛନ୍ତି।

Also Read

ବିବାହର ପର ଦିନ ଦେବକୀ ନିଜ ବାପ ଘରକୁ ପଳାଇ ଆସିଥିଲେ। ଆଜକୁ ୫ ଦିନ ହେଲା ବାପ ଘରେ ଅଛନ୍ତି। ଅନ୍ୟପକ୍ଷରେ ନିଜ ପତ୍ନୀକୁ ବୁଝାସୁଝା କରିବା ଲାଗି ସ୍ୱାମୀ ଅର୍ଜୁନ ଦିଗଲ ଗତକାଲି ଦେବକୀଙ୍କ ଘରକୁ ଆସିଥିଲେ। ଯୌତୁକ ମାଗିବା ତାଙ୍କର ସବୁଠୁ ବଡ଼ ଭୁଲ ଥିଲା ବୋଲି ସେ ଦେବକୀଙ୍କ ଆଗରେ ସ୍ୱୀକାର କରିଥିଲେ। 

ନବବଧୂଙ୍କୁ ବୁଝେଇ କିଭଳି ଫେରାଇ ଅଣାଯିବ ସେ ନେଇ ଗତକାଲି ବର ପକ୍ଷରୁ କିଛି ଭଦ୍ରଲୋକେ ଦେବକୀଙ୍କ ଗାଁରେ ସଭା କରିଥିଲେ। ଏହି ସଭାରେ ଉଭୟ ବରକନ୍ୟା ପକ୍ଷ ଉପସ୍ଥିତ ଥିଲେ। ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା ହୋଇଥିଲା। କୋର୍ଟ ମ୍ୟାରେଜ କଲେ ହିଁ ଝିଅକୁ ଛାଡ଼ିବେ ବୋଲି ଦେବକୀଙ୍କ ଘର ଲୋକେ ରୋକଠୋକ କହିଥିଲେ। ତେଣୁ ବର ପକ୍ଷର ଭଦ୍ର ଲୋକେ ନିରାଶ ହୋଇ ଫେରି ଯାଇଥିଲେ। ତେବେ ଦେବକୀଙ୍କ ଘର ଲୋକଙ୍କ ସମସ୍ତ ନିଷ୍ପତ୍ତିକୁ ମାନିବେ ବୋଲି କହିଛନ୍ତି ଅର୍ଜୁନ।

ସେ କହିଛନ୍ତି, ଯିବାଆସିବା ପାଇଁ ମୁଁ ବାଇକ୍‌ ମାଗିଥିଲି। ମୋ ଦ୍ୱାରା ହୋଇଥିବା ଭୁଲ୍‌କୁ ମୁଁ ସ୍ୱୀକାର କରୁଛି। କୋର୍ଟ ମ୍ୟାରେଜ ପରେ ଦେବକୀଙ୍କୁ ଘରକୁ ଆଣିବି। ଦେବକୀଙ୍କୁ ଖୁସିରେ ରଖିବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story