କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ପକ୍ଷୋଟଠାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦ୍ୱାରା ନିର୍ମିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଉଦଘାଟିତ ହୋଇଛି । ୮୩ଲକ୍ଷ ୨୭ହଜାର ୨୨୫ଶହ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ବନ୍ୟା ଆଶ୍ରୟସ୍ଥଳୀକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ କୁଞ୍ଜ ବିହାରୀ ଜେନା ସଭାପତିତ୍ୱରେ ଆୟୋଜିତ ସଭାରେ ମାର୍ଶାଘାଇ ଓ ଗରଦପୁର ବ୍ଲକର ବହୁ ଜନପ୍ରତିନିଧି ଯୋଗଦେଇଥିଲେ । ସେହିପରି ପଟ୍ଟାମୁଣ୍ଡାଇ ନପଙ୍ଗଠାରେ ଆୟୋଜିତ ଏକ କୃଷକମେଳା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ସାଂସଦ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟରେ ଖୋଲାଯିବାକୁ ଥିବା ୧୫୦ଟି କୋଲ୍ଡ ଷ୍ଟୋର ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ୫ଟି ଖୋଲାଯିବ ବୋଲି ସାଂସଦ ପଣ୍ଡା କହିଥିଲେ । ମା’ ବୁଢୀ ଜାଗୁଳାଇ କୃଷକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ବହୁ ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଯୋଗ ଦେଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Jobs
ଓଏଏସ ବଦଳି: ଅନୁଜ ଦାସପଟ୍ଟନାୟକ ହେଲେ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପିଏମ୍ ପୋଷଣ(ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ)ର ରାଜ୍ୟ ନୋଡାଲ ଅଫିସର ଭାବେ କାର୍ଯ୍ୟରତ ଓଏଏସ୍ ଅନୁଜ କୁମାର ଦାସଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

Guest Column
ଅଯୋଧ୍ୟା ନୁହେଁ, ପୁରୀରେ ଲେଖାଯାଇଥିଲା ଶ୍ରୀରାମଚରିତମାନସ!
ଶ୍ରୀରାମଚରିତମାନସ ଭାରତର ଏକ ପ୍ରସିଦ୍ଧ ଭକ୍ତିଗ୍ରନ୍ଥ। ଏଯାବତ ବିଶ୍ୱାସ କରାଯାଇଛି ଯେ ଏହି ପ୍ରସିଦ୍ଧ ଭକ୍ତି ଗ୍ରନ୍ଥଟିକୁ ସନ୍ଥ ତୁଳସୀ ଦାସ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ଠାରେ ରଚନା କରିଥିଲେ; କିନ୍ତୁ ତୁଳସୀ ତାଙ୍କର ସର୍ବଶ୍ରେଷ୍ଠ କୃତି ରାମଚରିତମାନସକୁ ଯେ ଓଡ଼ିଶାର ପୁରୀଠାରେ ରଚନା କରିଥିଲେ ଏ ସମ୍ବନ୍ଧରେ ଯଥେଷ୍ଟ ପ୍ରମାଣ ସେ ନିଜେ ରାମଚରିତମାନସରେ ହିଁ ଲିପିବଦ୍ଧ କରିଯାଇଛନ୍ତି।

Politics
କଳିଙ୍ଗନଗରରେ ୧.୧୫ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ, ୩୬ହଜାର ନୂଆ ନିଯୁକ୍ତି ସମ୍ଭାବନା
‘ଆଜିର ଏହି କାର୍ଯ୍ୟକ୍ରମ କେବଳ ଶିଳାନ୍ୟାସ ଉଦଘାଟନ ନୁହେଁ, ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ । ଏହିସବୁ ପ୍ରକଳ୍ପ ଯୋଗୁଁ ୩୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହା ଏକ ସଂଖ୍ୟା ନୁହେଁ । ପ୍ରତ୍ୟେକ ନିଯୁକ୍ତିର ଅର୍ଥ ହେଉଛି ଆମ ଗାଁର ଜଣେ ଯୁବକଙ୍କୁ ଆଉ ନିଯୁକ୍ତି ବାହାରକୁ ଯିବାକୁ ପଡ଼ିବ ନାହିଁ । ରାଜ୍ୟରେ ନିଯୁକ୍ତିର ଏକ ନୂଆ ଲହର ସୃଷ୍ଟି ହୋଇଛି ।’

Politics
ବିଜେଡି ଗଢ଼ିଲା ଶୃଙ୍ଖଳା କମିଟି: ଦେବୀଙ୍କୁ ପୁଣି ଲଲିପପ୍, ଅଭିଜ୍ଞଙ୍କୁ ଅଣଦେଖା
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦଳର ରାଜ୍ୟସ୍ତରୀୟ ଶୃଙ୍ଖଳାଗତ କମିଟିରେ ୭ଜଣ ସଦସ୍ୟଙ୍କୁ ସ୍ଥାନିତ କରାଯାଇଥିବାର ସୂଚନା ଦିଆଯାଇଛି ।

Health
ଭୁବନେଶ୍ୱରରେ କରୋନା ସଂକ୍ରମିତ ଚିହ୍ନଟ: ସରକାର କହିଲେ ବ୍ୟାପିବାର ସମ୍ଭାବନା କମ୍ , ବ୍ୟସ୍ତ ହୁଅନ୍ତୁ ନାହିଁ
୨୦୨୦-୨୧ ମସିହାରେ କୋଭିଡ୍ ନିୟନ୍ତ୍ରଣ ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ କାଁଭାଁ କୋଭିଡ୍ ସଂକ୍ରମିତ ଲକ୍ଷଣ ଥିବା ରୋଗୀ ଦେଖାଯାଉଛନ୍ତି । ଭୁବନେଶ୍ୱରରେ ଚିହ୍ନଟ ସଂକ୍ରମିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ସେ ବହୁରୋଗରେ ପୀଡ଼ିତ ଅଛନ୍ତି । ତାଙ୍କୁ ଆଇସୋଲେସନରେ ରଖାଯାଇଛି ।