/odisha-reporter/media/post_attachments/uploads/2016/02/patamundei.jpg)
patamundei
କେନ୍ଦ୍ରାପଡ଼ା: ଗାଈ ଚରାଇବାକୁ ଯାଇଥିବା ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ମାରି ଦେଇଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ କଣ୍ଡିରା ପଞ୍ଚାୟତ ବଳରାମପୁର ଗାଁରେ। ଗାଁର ଛାୟାରାଣୀ ବାଗ ପାଟଶାଳା ନଦୀ ପଠାରେ ଗାଈ ଚୋରାଉ ଥିବା ବେଳେ ଏକ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ବହୁ ଖୋଜାଖୋଜି ପରେ ନଦୀରୁ ଛାୟାର ଖଣ୍ଡିଆ ହାତ ପରିବାର ଲୋକେ ପାଇବା ପରେ ରାଜନଗର ଥାନରେ ଅଭିଯୋଗ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
