Advertisment

ସାଧାରଣତନ୍ତ୍ର ଦିବସ: ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ଓ ୧୧ ଜଣଙ୍କୁ ମିଳିବ ପୁଲିସ୍‌ ପଦକ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ୯୩ ଜଣ ପୁଲିସ୍‌ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ୍‌ ମେଡାଲ ମିଳିବ ବୋଲି ଘୋଷଣା କରାଯାଇଛି। ଏହା ମଧ୍ୟରେ ୨ ଓଡ଼ିଆ ଅଧିକାରୀଙ୍କ ନାଁ ରହିଛି।

author-image
Hemant Lenka
Police Medal

Police Medal

ଉଲ୍ଲେଖନୀୟ ସେବା ପାଇଁ ଚଳିତ ସରଧାରଣତନ୍ତ୍ର ଦିବସରେ ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ୍‌ ମେଡାଲ। ରାଷ୍ଟ୍ରପତି ମେଡାଲ ପାଇବାକୁ ମନୋନୀତ ଦୁଇ ଓଡ଼ିଆ ହେଲେ ଧୀରେନ୍ଦ୍ର ଏସ୍‌ କୁଟ୍ଟେ ଓ ଭିଜଲାନ୍ସ କନଷ୍ଟେବଲ ପ୍ରହ୍ଲାଦ ରାଉତ। ଆଇପିଏସ୍‌ କୁଟ୍ଟେ ସିଏମର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୩ ଆଇପିଏସ୍‌ କୁଟ୍ଟେ ଗୁଇନ୍ଦାବିଭାଗ ଡିଆଇଜି ଥିବା ବେଳେ ସମ୍ମାନଜନକ ସେବା ପାଇଁ ପୁଲିସ୍‌ ମେଡାଲ ପାଇଥିଲେ।

Advertisment

ସାଧାରଣତନ୍ତ୍ର ଦିବସ ପୂର୍ବରୁ ୯୩ ଜଣ ପୁଲିସ୍‌ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ୍‌ ମେଡାଲ ମିଳିବ ବୋଲି ଘୋଷଣା କରାଯାଇଛି। ଏହା ମଧ୍ୟରେ ୨ ଓଡ଼ିଆ ଅଧିକାରୀଙ୍କ ନାଁ ରହିଛି।

ଏହାବାଦ ୯୦୧ ଜଣ ପୁଲିସ୍‌ ଅଧିକାରୀଙ୍କୁ ପୁଲିସ ମେଡାଲ ମିଳିବ। ସେହିପରି ସାହସିକତା ପୁରସ୍କାର ପାଇଁ ୧୪୦ ଜଣ ଓ ସମ୍ମାନଜନକ ସେବା ପାଇଁ ୬୬୮ ପୁଲିସ କର୍ମଚାରୀଙ୍କୁ ସମ୍ମାନୀତ କରାଯିବ। ଓଡ଼ିଶାର ଦୁଇ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ମେଡାଲ ମିଳିବାକୁ ଥିବା ବେଳେ ସମ୍ମାନଜନକ ସେବା ପାଇଁ ଓଡ଼ିଶାରୁ ୧୧ ଜଣ ପୁରସ୍କୃତ ହେବେ।

Advertisment

ସମ୍ମାନଜନକ ସେବା ପାଇଁ ମେଡାଲ ପାଇବାକୁ ଥିବା ପୁଲିସ୍‌ କର୍ମଚାରୀ

୧- ଜତିନ୍ଦ୍ର କୁମାର ପଣ୍ଡା-ଅତିରିକ୍ତ ଏସ୍‌ପି, ଭଦ୍ରକ

୨- ପ୍ରଦ୍ୟୁମ୍ନ ମିଶ୍ର- ଅତିରିକ୍ତ ଏସ୍‌ପି, ଭଦ୍ରକ

୩- ସୁଧାଂଶୁ ଶେଖର ପୂଜାରୀ- ଡିଏସ୍‌ପି ଭିଜିଲାନ୍ସ, ସୁନ୍ଦରଗଡ଼

୪- ହିଂମାଶୁ ଭୂଷଣ ସ୍ୱାଇଁ- ଏଏସ୍‌ପି, ଭୁବନେଶ୍ୱର

୫-ଜ୍ଞାନେନ୍ଦ୍ର କୁମାର ଦାସ- ଡେପୁଟି କମାଣ୍ଡଣ୍ଟ ବିପିଏସ୍‌ପିଏ, ଭୁବନେଶ୍ୱର

୬- ଅରୁଣ ବଳିଆରସିଂ- ଇନ୍ସପେକ୍ଟର, ଭୁବନେଶ୍ୱର, ସିକ୍ୟୁରିଟି ୱିଙ୍ଗ

୭- ଯୁଗଳ କିଶୋର ପ୍ରଧାନ- ଏସ୍‌ଆଇ, ବ୍ରହ୍ମପୁର ଭିଜିଲାନ୍ସ

୮- ସରୌଦ୍ଦିନ ଖାନ- କନଷ୍ଟେବଲ, ନୂଆପାଟଣା, କଟକ

୯- ବି. ଭୂଷଣ ମହାନ୍ତି-ଏସ୍‌ଅଇ ପୁଲିସ( କମ୍ପ୍ୟୁଟର), ଏସ୍‌ସିଆରବି, ଭୁବନେଶ୍ୱର

୧୦- ଅନୀଲ କୁମାର ମିଞ୍ଜ- ଡ୍ରିଲ ଇନ୍ସପେକ୍ଟର, ଭୁବନେଶ୍ୱର

୧୧- ପ୍ରଦୀପ କୁମାର ବେହେରା- ସିପାହୀ, ୪ର୍ଥ ବାଟାଲିୟନ, ରାଉରକେଲା।

Odisha Police Bhubaneswar