Advertisment

କୋହିନୂର ହୀରା ଫେରାଇ ଆଣିବାକୁ କେନ୍ଦ୍ର ସରକାର ସରକାର ଉଦ୍ୟମ କରନ୍ତୁ: ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ: ବରିଷ୍ଠ ବିଜେଡି ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ ଆଜି ଲୋକସଭାରେ ବ୍ରିଟେନ୍‌ରୁ କୋହିନୂର ହୀରା ଫେରାଇ ଆଣିବା ଲାଗି ଭାରତ ସରକାର ଉଦ୍ୟମ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ମହାରାଜା ରଞ୍ଜୀତ ସିଂଙ୍କ କହିବା ଅନୁସାରେ ଏହାକୁ ବ୍ରିଟେନରୁ ଅଣାଯାଇ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରାଯାଉ। ଭର୍ତ୍ତୃହରି କହିଛନ୍ତି, “ମହାରାଜା ରଞ୍ଜୀତ ସିଂହଙ୍କ ବିୟୋଗର କିଛି ଦିନ ଆଗରୁ ୧୮୩୯ରେ ତାଙ୍କ ରାଜନୈତିକ ଦୂତ ଗଭର୍ଣ୍ଣରଙ୍କୁ ପତ୍ର ଲେଖି ତାଙ୍କ ସମ୍ପତ୍ତି, ଅଳଙ୍କାର କିପରି ବଣ୍ଟାଯିବ […]

author-image
Rakesh Mallick
ଅଦ୍ୟତନ ହୋଇଛି
କୋହିନୂର ହୀରା ଫେରାଇ ଆଣିବାକୁ କେନ୍ଦ୍ର ସରକାର ସରକାର ଉଦ୍ୟମ କରନ୍ତୁ: ଭର୍ତ୍ତୃହରି ମହତାବ

kohinur

ନୂଆଦିଲ୍ଲୀ: ବରିଷ୍ଠ ବିଜେଡି ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ ଆଜି ଲୋକସଭାରେ ବ୍ରିଟେନ୍‌ରୁ କୋହିନୂର ହୀରା ଫେରାଇ ଆଣିବା ଲାଗି ଭାରତ ସରକାର ଉଦ୍ୟମ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ମହାରାଜା ରଞ୍ଜୀତ ସିଂଙ୍କ କହିବା ଅନୁସାରେ ଏହାକୁ ବ୍ରିଟେନରୁ ଅଣାଯାଇ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରାଯାଉ।

Advertisment

ଭର୍ତ୍ତୃହରି କହିଛନ୍ତି, “ମହାରାଜା ରଞ୍ଜୀତ ସିଂହଙ୍କ ବିୟୋଗର କିଛି ଦିନ ଆଗରୁ ୧୮୩୯ରେ ତାଙ୍କ ରାଜନୈତିକ ଦୂତ ଗଭର୍ଣ୍ଣରଙ୍କୁ ପତ୍ର ଲେଖି ତାଙ୍କ ସମ୍ପତ୍ତି, ଅଳଙ୍କାର କିପରି ବଣ୍ଟାଯିବ ସେ ବିଷୟରେ ଜଣାଇଥିଲେ। ଏଥିରେ ସେ ଇଚ୍ଛା କରିଥିଲେ ସ୍ୱର୍ଣ୍ଣ ମନ୍ଦିର ଓ କାଶୀ ବିଶ୍ୱନାଥ ମନ୍ଦିରକୁ ସ୍ୱର୍ଣ୍ଣରେ ଆଚ୍ଛାଦିତ କରିବା ପାଇଁ, ଯାହା କରାଯାଇଛି। ଏଥିରେ ସେ ନିବେଦନ କରିଥିଲେ ପ୍ରଭୁ ଜଗନ୍ନାଥଙ୍କ ପାଖରେ କୋହିନୂର ହୀରାକୁ ସମର୍ପଣ କରିବେ। ଏହା ହେଉଛି ଏକମାତ୍ର କାଗଜପତ୍ର ସେତେବେଳେ ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ ଦେଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା କରାଯାଉ। ସୁପ୍ରିମକୋର୍ଟରେ ଥିବା ମାମଲାରେ କୋହିନୂରକୁ ଫେରାଇ ଆଣିବାକୁ ଏହି ପ୍ରକାର ଦାବି ଉଠାଯାଉ।  ପୂର୍ବରୁ କଂଗ୍ରେସ ସରକାର ଯେଉଁ ପଦକ୍ଷେପ ନେଇଥିଲେ ତାହା ଠିକ୍‌ ନୁହେଁ, ଏହାକୁ ଆଧାର କରି ଦାବି ଉପସ୍ଥାପନ କରାଯାଉ ଓ ବିଟ୍ରିଶ ରାଣୀଙ୍କଠାରୁ କୋହିନୂର ଅଣାଯାଇ ଅଣାଯାଇ ଜଗନ୍ନାଥଙ୍କୁ ପ୍ରଦାନ କରାଯାଉ।”

ସେ କହିଛନ୍ତି, “କୋହିନୂର ହୀରାକୁ ସମସ୍ତେ ସାମନ୍ତକ ମଣି ଭାବେ ଜାଣିଛନ୍ତି। ଏହାକୁ କେବଳ ଈଶ୍ୱର କିମ୍ବା ନାରୀ ପରିଧାନ କରି ପାରିବେ। ଜଗନ୍ନାଥ ବିଶ୍ୱବାସୀଙ୍କ ଈଶ୍ୱର ବୋଲି ସମସ୍ତେ ବିଶ୍ୱାସ କରୁଥିବାରୁ ଉକ୍ତ ହୀରାକୁ ତାଙ୍କୁ ପ୍ରଦାନ କରାଯାଉ।”

Advertisment