Advertisment

ବହିର ନାଁ କରମଣ୍ଡଳ ଏକ୍ସପ୍ରେସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୟୁନିଟ ୪ ସ୍ଥିତ ସୁବର୍ଣ୍ଣରେଖା ଚ୍ୟାମ୍ବର୍ସରେ ବିଶିଷ୍ଟ ଲେଖକ ତଥା ଅବସରପ୍ରାପ୍ତ ରେଳବାଇ ପ୍ରଶାସକ କୃପାସାଗର ସାହୁଙ୍କ ଆଉ ଏକ ଉପନ୍ୟାସ ‘କରମଣ୍ଡଳ ଏକ୍ସପ୍ରେସ୍’ ଉନ୍ମୋଚିତ ହୋଇଯାଇଛି । ଲାର୍କ ବୁକ୍ସ ପକ୍ଷରୁ ଏହି ପୁସ୍ତକ ପ୍ରକାଶ ଓ ଉନ୍ମୋଚନ ସଭା ଆୟୋଜିତ ହୋଇଥିଲା। କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ଏକ ମାଛିର ପାଞ୍ଚଦିନର ରେଳଯାତ୍ରାକୁ ନେଇ ଏହି ଉପନ୍ୟାସ ଲେଖାଯାଇଛି। ଟ୍ରେନଟି ବିଭିନ୍ନ ଷ୍ଟେସନରେ ରହୁଛି । ସେଥିରେ ବହୁ ବିଚିତ୍ର ପ୍ରକାର ଯାତ୍ରୀ ଚଢୁଛନ୍ତି । ମାଛିଟି ସେଇ ଯାତ୍ରୀମାନଙ୍କର ବିଭିନ୍ନ ମାନସିକତାକୁ ଦେଖୁଛି ଓ ଅନୁଭବ କରୁଛି। ଶେଷରେ ୧୯୯୯ ମହାବାତ୍ୟାରେ ଟ୍ରେନଟି ଅଟକି ଯାଇଛି ଭଦ୍ରକ ଷ୍ଟେସନରେ। ମହାବାତ୍ୟାର କରୁଣ ଦୃଶ୍ୟ ବି ଏହି ଉପନ୍ୟାସରେ ବର୍ଣ୍ଣନା କରାଯାଇଛି। ଏତେ ସବୁ ପରେ ବି ଗାଡ଼ି ପୁଣି ଚାଲିଛି। ଯେତେ ବାଧା ବିଘ୍ନ ଆସିଲେ ବି ଜୀବନ ଧାରାକୁ କେହି ଅଟକାଇ ପାରେନା। ଏହା ହେଉଛି ଉପନ୍ୟାସର ମୁଖ୍ୟ ବିଷୟ ବସ୍ତୁ।

ରେଳବାଇରେ ଚାକିରି ସମୟରେ ସାଉଁଟିଥିବା କିଛି ଅନୁଭୂତିକୁ ଏହି ଉପନ୍ୟାସ ମାଧ୍ୟମରେ ପରିପ୍ରକାଶ କରିଛନ୍ତି କୃପା ସାଗର। କୃପା ସାଗର ଏହା ପୂର୍ବରୁ ମଧ୍ୟ ରେଳବାଇ ସମ୍ପର୍କିତ ଅନେକ ଉପନ୍ୟାସ ଲେଖିଛନ୍ତି। ଏହି ପୁସ୍ତକ ଉନ୍ମୋଚନ ଅବସରରେ କଥାକାର ବିଭୁତି ପଟ୍ଟନାୟକ, ସୂର୍ଯ୍ୟମିଶ୍ର,ଲାର୍କ ବୁକ୍ସର ସତ୍ତ୍ୱାଧିକାରୀ ମହେନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।

[vc_video link="" align="center"]

author-image
Ordigital Desk