/odisha-reporter/media/post_attachments/uploads/2022/08/lighting.jpg)
lighting
ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ବଜ୍ରପାତ ନେଇଗଲା ତିନି ଜଣଙ୍କ ଜୀବନ। ରାଇରଙ୍ଗପୁର ଅଞ୍ଚଳରେ ଦୁଇଟି ସ୍ଥାନରେ ଘଟିଥିବା ବଜ୍ରାଘାତ ଘଟଣାରେ ଏହି ଜୀବନହାନୀ ହୋଇଛି। ମୃତକମାନେ ହେଲେ ତିରିଂ ଥାନା ଅଂଚଳ ବାରୁଡିହି ଗାଁର ଶ୍ୟାମ ପୁର୍ତ୍ତି ଓ ବହଲଦା ଥାନା ଅଂଚଳ ନିମଡିହି ଗାଁ’ର ରାନୀ ମୁଣ୍ଡା (୨୫) ଓ ତାଙ୍କ ଝିଆରୀ ପାନ ମୁଣ୍ଡା ( ୭)।
ସୂଚନା ମୁତାବକ, ଶ୍ୟାମ ପୁର୍ତ୍ତି ଗୋରୁ ଚରାଉ ଥିବା ବେଳେ ବଜ୍ରପାତ ହୋଇଥିଲା। ସେ ମୁର୍ଚ୍ଛିତ ହୋଇ ପଡ଼ିଆରେ ପଡ଼ିଥିବା ଦେଖି ଲୋକେ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ। ତେବେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ସେହିପରି ରାନୀ ଓ ତାଙ୍କ ଝିଆରୀ ପାନ ସାଙ୍ଗ ହୋଇ ଗାଁ ନିକଟ ନାଳକୁ ଗାଧୋଇବାକୁ ଯାଇଥିଲେ। ବର୍ଷା ହେବାରୁ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା। ସମସ୍ତଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବହଲଦା ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ରାନୀ ଓ ତାଙ୍କ ଝିଆରୀଙ୍କ ପାନଙ୍କୁ ମୃତ ଘୋଷଣା କରିଥିଲେ। ବ୍ରଜାଘାତରେ ଏହି ଗଛ ତଳେ ଆଶ୍ରୟ ନେଇଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କ ନାମ ଲେଚେ ମୁଣ୍ଡା। ତାଙ୍କ ଘର ମଧ୍ୟ ବାରୁଡିହି ଗାଁ’ରେ। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ତିରିଂ ଓ ବହଲଦା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବଗୁଡିକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
