Advertisment

ତହସିଲଦାରଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ମାଲକାନଗିରି ଆଇଆଇସିଙ୍କ ନିଲମ୍ବନ ଦାବି

ମାଲକାନଗିରି: ମାଲକାନଗିରି ଆଇଆଇସି ରାଜକିଶୋର ଦାସଙ୍କ ବିରୋଧରେ ମୋଟୁ ତହସିଲଦାର ଅନୀଲ କୁମାର ସେଠୀ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଆଇଆଇସିଙ୍କ ଦୁର୍ବ୍ୟବହାରକୁ ନେଇ ଜିଲ୍ଲାର ଓଏଏସ୍‌ ଅଧିକାରୀ ଓ ତହସିଲ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଇଆଇସି ଦାସଙ୍କୁ ଚାକିରିରୁ ନିଲମ୍ବନ କରିବାକୁ ଓଏଏସ୍‌ ଅଧିକାରୀ ଏବଂ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯିବା ସହ ଏକ ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଆଇଆଇସିଙ୍କ ନିଲମ୍ବନ ଦାବି […]

author-image
Rakesh Mallick
ତହସିଲଦାରଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ମାଲକାନଗିରି ଆଇଆଇସିଙ୍କ ନିଲମ୍ବନ ଦାବି

malkangiri

ମାଲକାନଗିରି: ମାଲକାନଗିରି ଆଇଆଇସି ରାଜକିଶୋର ଦାସଙ୍କ ବିରୋଧରେ ମୋଟୁ ତହସିଲଦାର ଅନୀଲ କୁମାର ସେଠୀ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଆଇଆଇସିଙ୍କ ଦୁର୍ବ୍ୟବହାରକୁ ନେଇ ଜିଲ୍ଲାର ଓଏଏସ୍‌ ଅଧିକାରୀ ଓ ତହସିଲ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Advertisment

ଆଇଆଇସି ଦାସଙ୍କୁ ଚାକିରିରୁ ନିଲମ୍ବନ କରିବାକୁ ଓଏଏସ୍‌ ଅଧିକାରୀ ଏବଂ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯିବା ସହ ଏକ ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଆଇଆଇସିଙ୍କ ନିଲମ୍ବନ ଦାବି କରି ସହ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଆଇଆଇସି ତହସିଲଦାରଙ୍କ ସରକାରୀ ବାସଭବନକୁ ଯାଇ ଏକ ଜମିର ରେଜିଷ୍ଟ୍ରେସନ ବେଆଇନ ଭାବେ ବନ୍ଦ କରିବାକୁ କହିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

୧୨ ଘଣ୍ଟା ମଧ୍ୟରେ ଦାବି ପୂରଣ କରା ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Advertisment

ମୋଟୁ ତହସିଲଦାର ଅନୀଲ କୁମାର ସେଠୀ କହିଛନ୍ତି, “ଏକ ସରକାରୀ କାମର ରେଜିଷ୍ଟ୍ରେସନ ବନ୍ଦ କରିବାକୁ ଆଇଆଇସି ବାଧ୍ୟ କରୁଥିଲେ। ଏପରି କରିବା ତାଙ୍କ କ୍ଷମତା ବାହାରେ। ଗତ ୨୫ ତାରିଖରେ ପିଡି ଡିଆରଡିଏଙ୍କ ଉପସ୍ଥିତିରେ ଆଇଆଇସି ଜିପ୍‌ରେ ବସି ରହି ଦୁଇଜଣ କନଷ୍ଟେବଳଙ୍କ ଜରିଆରେ ମୋତେ ଡକାଇ ପଠାଇଥିଲେ। ଜଣେ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ଙ୍କୁ ଏପରି ଡକାଇବା ବେଆଇନ। ତାଙ୍କର ଅନ୍ୟ ପକ୍ଷ ସହ କିଛି କାରବାର ଥିବ, ସେଥିପାଇଁ ସେ ରେଜିଷ୍ଟ୍ରେସନ ବନ୍ଦ କରାଇବାକୁ ଚାହୁଁଛନ୍ତି।”

ଏଡିଏମ୍‌ ରଘୁମଣି ଗମାଙ୍ଗ କହିଛନ୍ତି, “ମୋଟୁ ତହସିଲଦାରଙ୍କୁ ମାଲକାନଗିରି ଆଇଆଇସି କରିଥିବା ଦୁର୍ବ୍ୟବହାରର ପ୍ରତିବାଦ କରି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛୁ। ୧୨ ଘଣ୍ଟା ମଧ୍ୟରେ ଦାବି ପୂରଣ ନ ହେଲେ କଳାବ୍ୟାଜ୍‌ ପିନ୍ଧିବା ସହ କାମ ବନ୍ଦ କରିବୁ।”