/odisha-reporter/media/post_attachments/uploads/2015/06/vlcsnap-2015-06-24-08h50m06s234.png)
sujata
ଭୁବନେଶ୍ୱର: ଓଡ଼ିଶା ରଗବୀର ସୁନା ଝିଅ ସୁଜାତା ପ୍ରଧାନଙ୍କ ମାସେ ହେଲା ପତ୍ତାମିଳୁନି । ଝିଅ କେଉଁଠି ଅଛି କେମିତି ଅଛି ସେ ଖବର ଜାଣିବା ପାଇଁ ଚାରିଆଡେ଼ ବୁଲୁଛନ୍ତି ବାପା କୈଳାଶ। ବାରଙ୍ଗ ପଦାସାହିର ଝିଅ ସୁଜାତା ବାରଙ୍ଗ କଲେଜର ଯୁକ୍ତ ୨ ଶ୍ରେଣୀର ଛାତ୍ରୀ। ଏହା ସହ ସେ ଓଡ଼ିଶା ରଗବୀ ଦଳର ଜଣେ ଖେଳାଳି। ନିକଟରେ କେରଳରେ ଶେଷ ହୋଇଥିବା ଜାତୀୟ କ୍ରୀଡାରେ ସାମିଲ ହୋଇ ରାଜ୍ୟ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମେ ୧୮ତାରିଖରେ କଳିଙ୍ଗ ଷ୍ଟାଡ଼ିୟମରେ ଅଭ୍ୟାସ କରିବା ପାଇଁ ଘରୁ ଅପରାହ୍ନ ୨ଟାରେ ବାହାରି ଆଉ ଫେରିନାହାନ୍ତି ସୁଜାତା । ସେବେଠାରୁ ଝିଅକୁ ଖୋଜି ଖୋଜି ବାପା କୈଳାଶଙ୍କ ଆଖିରୁ ନିଦ ହଜିଯାଇଛି। ଏ ନେଇ ସେ ନନ୍ଦନକାନନ ଥାନାରେ ଏତଲା ଦେବା ସହ ଝିଅର ଫେରିବା ବାଟକୁ ଅନେଇ ବସିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
