/odisha-reporter/media/post_attachments/uploads/2016/05/brasha.jpg)
brasha
ଯାଜପୁର: ଯାଜପୁର ରୋଡ୍ ଚୋରଦାର କାଳୀମେଳଣ ପଡ଼ିଆରେ ହରିହରାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଓ ଜଗନ୍ନାଥ ଚେତନା ଶିବିରରେ ଆଜି ବର୍ଷାସୋନୀ ଓ ରାଜାଶ୍ରୀ ଯୋଗଦେଇଛନ୍ତି। ଏହି ଯଜ୍ଞ ଗତ ୨୩ ତାରିଖରେ ଆରମ୍ଭ ହୋଇଥିବା ବେଳେ ଆଜି ପୂର୍ଣ୍ଣାହୂତି ଥିଲା। ବର୍ଷାସୋନୀ ଓ ରାଜାଶ୍ରୀ ଯଜ୍ଞରେ ଯୋଗ ଦେଇ ଆହୂତି ଦେଇଥିଲେ। ପରିବାରରେ ସୁଖଶାନ୍ତି ଫେରାଇ ଆଣିବା ଲକ୍ଷ୍ୟରେ ବର୍ଷା ଓ ରାଜାଶ୍ରୀ ମହାଯଜ୍ଞରେ ଯୋଗଦେଇଥିବା କୁହାଯାଉଛି।
Advertisment
ଗତ ୨୫ ତାରିଖରେ ଭୁନେଶ୍ୱରରେ ଏକ ହୋଟେଲ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜାଶ୍ରୀ ଓ ବର୍ଷାସୋନୀ ଏକାଠି ହେବା ନେଇ ଘୋଷଣା କରିଥିଲେ। ବର୍ଷାସୋନୀ ଫାଉଣ୍ଡେସନ୍ର ଉଦ୍ୟମ ଦ୍ୱାରା ଉଭୟଙ୍କ ପୁନର୍ମିଳନ ସମ୍ଭବ ହୋଇଥିବା କୁହାଯାଇଥିଲା। ବାଲେଶ୍ୱରରେ ଉଭୟ ପରିବାର ଏକ ବନ୍ଧୁମିଳନର ଆୟୋଜନ କରୁଥିବା ଜଣାପଡ଼ିଛି। ଗତକାଲି ରାଜାଶ୍ରୀ ଓ ବର୍ଷାସୋନୀ ଏକାଠି ହୋଇଥିବା ନେଇ ସାଧାରଣ ଲୋକମାନେ ଖୁସି ବ୍ୟକ୍ତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
