Advertisment

ଦୁର୍ଘଟଣା ନୁହେଁ, ଟ୍ରକ୍‌ ମଡ଼ାଇ ମା’ଝିଅଙ୍କୁ ହତ୍ୟା!

ଯାଜପୁର (ଗୁଲାମ ଗସ): ଦୁର୍ଘଟଣାରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇନାହିଁ, ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି! ଟ୍ରକ୍‌ ମଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବୁଧବାର ଅପରାହ୍ନରେ ୫୩ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ଟ୍ରକ୍‌ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟଣାରେ ଆସିଛି ଏମିତି ଚାଞ୍ଚଲ୍ୟକର ତଥ୍ୟ। ପୁଲିସ୍‌ ନିଜ ଆଡୁ ହତ୍ୟା ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟା କାମ ସାରି ଯାଜପୁର ଜିଲ୍ଲା ସୁକିନ୍ଦା […]

author-image
Manoranjan Sial
ଅଦ୍ୟତନ ହୋଇଛି
ଦୁର୍ଘଟଣା ନୁହେଁ, ଟ୍ରକ୍‌ ମଡ଼ାଇ ମା’ଝିଅଙ୍କୁ ହତ୍ୟା!

Jajpur-Accident

ଯାଜପୁର (ଗୁଲାମ ଗସ): ଦୁର୍ଘଟଣାରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇନାହିଁ, ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି! ଟ୍ରକ୍‌ ମଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବୁଧବାର ଅପରାହ୍ନରେ ୫୩ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ଟ୍ରକ୍‌ ଧକ୍କାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟଣାରେ ଆସିଛି ଏମିତି ଚାଞ୍ଚଲ୍ୟକର ତଥ୍ୟ। ପୁଲିସ୍‌ ନିଜ ଆଡୁ ହତ୍ୟା ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟା କାମ ସାରି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ(୪୭) ଓ ଝିଅ ଲିପିକା ଚକ୍ରବର୍ତ୍ତୀ(୨୪) ବୁଧବାର ଅପରାହ୍ନରେ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ୫୩ ନମ୍ୱର ଜାତୀୟ ରାଜପଥରେ ଏକ ଦଶ ଚକିଆ ଟ୍ରକ୍‌ ସେମାନଙ୍କୁ ସାଇଡ୍‌ ମାରିଥିଲା। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମାଆ ଓ ଝିଅ। ଏହା ପରେ ମାଆ ଓ ଝିଅ ଦ୍ରୁତ ଗତିରେ ଆସି ଆରୁହା ଛକ ନିକଟରେ ଅଟକି ଥିଲେ। ସେଠାରେ ସମ୍ପୃକ୍ତ ଟ୍ରକ୍‌କୁ ଅଟକାଇ ଥିଲେ। ଏହା ପରେ ଟ୍ରକ୍‌ ଚାଳକ ଓ ମାଆ-ଝିଅଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଟ୍ରକ୍‌ ଚାଳକକୁ ଝିଅ ଲିପିକା ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଗଣ୍ଡଗୋଳ ବଢ଼ୁଥିବା ଦେଖି ସ୍ଥାନୀୟ ଲୋକ ସେଠାକୁ ଆସିଥିଲେ। ବୁଝାସୁଝା କରିବା ପରେ ସମସ୍ତେ ନିଜ ନିଜ ରାସ୍ତାରେ ପଳାଇ ଯାଇଥିଲେ।

ପାଟିତୁଣ୍ଡ ଘଟିଥିବା ସ୍ଥାନଠାରୁ ଅଳ୍ପ ଦୂର ଅର୍ଥାତ ବରଡା ଛକ ନିକଟରେ ମାଆ ଓ ଝିଅଙ୍କ ଉପରେ ଟ୍ରକ୍‌ ଓଲଟି ପଡ଼ିଥିଲା। ଯେଉଁ ଟ୍ରକ୍‌ ଡ୍ରାଇଭରଙ୍କ ସହିତ ପାଟିତୁଣ୍ଡ ହୋଇଥିଲା, ସେହି ଟ୍ରକ୍‌ଟି ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ ଏହା ଦୁର୍ଘଟଣା ନୁହେଁ, ଡ୍ରାଇଭର ଜାଣିଶୁଣି ମାଆ ଓ ଝିଅଙ୍କ ଉପରେ ଟ୍ରକ ମଡ଼ାଇ ଦେଇଛନ୍ତି। ଏନେଇ ପରିବାର ଲୋକ ଅଭିଯୋଗ କରିନଥିଲେ ମଧ୍ୟ ପୁଲିସ୍‌ ନିଜ ଆଡୁ ହତ୍ୟା ମାମଲା ରୁଜୁ କରି ତୋଟାକଣ ଗାଁର ଟ୍ରକ ଡ୍ରାଇଭର ଅମର ସ୍ଵାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।