/odisha-reporter/media/post_attachments/uploads/2016/02/bbsr-krusaka.jpg)
bbsr-krusaka
ଭୁବନେଶ୍ୱର: ନବନିର୍ମାଣ କୃଷକ ସଙ୍ଗଠନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଗୁରୁବାର ହୋଇଥିବା ଆଲୋଚନା ବିଫଳ ହୋଇଛି। ସଚିବାଳୟରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏଥିରେ ସଂଗଠନ ସଦସ୍ୟମାନେ ସନ୍ତୁଷ୍ଟ ହୋଇନାହାନ୍ତି। ମାସକ ମଧ୍ୟରେ ଦାବି ପୂରଣ ନ ହେଲେ ମାର୍ଚ୍ଚ ୧୮ ତାରିଖରୁ ଜେଲ୍ ଭରୋ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଚାଷୀଙ୍କୁ ପ୍ରେଷ୍ଟିଜ୍, ପ୍ରାଇସ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃକ ସଙ୍ଗଠନ ଆହ୍ୱାନରେ ଗତକାଲି କଟକରୁ ଏକ ପଦଯାତ୍ରା ବାହାରି ଥିଲା। ଆଜି ପଦଯାତ୍ରା ଭୁବନେଶ୍ୱର ଲୋୟର ପିଏମ୍ଜିରେ ପହଞ୍ଚିବା ପରେ କୃଷକମାନେ ରାସ୍ତାରେ ବସି ରହି ନାରାବାଜି କରିଥିଲେ। ଏଥିରେ ହଜାର ହଜାର କୃଷକ ସାମିଲ ହୋଇଥିଲେ।
ପରେ ସରକାର କୃଷକ ସଂଗଠନର ଏକ ପ୍ରତିନିଧି ଦଳଙ୍କୁ ଆଲୋଚନା ଲାଗି ଡାକି ଥିଲେ। ଏଥିରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସମେତ କୃଷି, ସମବାୟ ଓ ଯୋଗାଣ ବିଭାଗର ବରିଷ୍ଠା ଅଧିକାରୀମାନେ ଉପସ୍ଥିତ ଥିଲେ।
ଚାଷୀଙ୍କ ସମସ୍ୟା ପ୍ରତି ସଚେତନ ଅଛୁ। ଚାଷୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
