Advertisment

ନବରଙ୍ଗପୁରରେ ୨୫ ପ୍ରାଣୀ ଚିକିତ୍ସକଙ୍କ ଇସ୍ତଫା

ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ୨୫ ଜଣ ପ୍ରାଣୀ ଚିକିତ୍ସକ ସମୂହ ଇସ୍ତଫା ଦେଇଛନ୍ତି। ପ୍ରାଣୀ ଚିକିତ୍ସକମାନେ ଇସ୍ତଫା ପତ୍ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରିଛନ୍ତି।

author-image
Manoranjan Sial
Cow

Cow

୯ ଦଫା ଦାବି ପୂରଣ ପାଇଁ ଗତ ୧ ତାରିଖରୁ ଡିଜିଟାଲ କାର୍ଯ୍ୟ ବର୍ଜନ କରିଥିଲା ଓଡ଼ିଶା ପ୍ରାଣୀ ଚିକିତ୍ସକ ସଂଘ। ରାଜ୍ୟ ସରକାର ସଂଘର ଦାବି ପୂରଣ କରିବା ପରିବର୍ତ୍ତେ ଆକ୍ରୋଶମୂଳକ ଭାବେ ସଂଘର କର୍ମକର୍ତ୍ତାଙ୍କୁ ରାତି ଅଧିଆ ବଦଳି କରିଥିଲା। ଏହାର ପ୍ରତିବାଦରେ ଆଜି ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ୨୫ ଜଣ ପ୍ରାଣୀ ଚିକିତ୍ସକ ସମୂହ ଇସ୍ତଫା ଦେଇଛନ୍ତି। ପ୍ରାଣୀ ଚିକିତ୍ସକମାନେ ଇସ୍ତଫା ପତ୍ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରିଛନ୍ତି।

Advertisment

୯ ଦଫା ଦାବି ପୂରଣ ପାଇଁ ଓଡ଼ିଶା ପ୍ରାଣୀ ଚିକିତ୍ସକ ସଂଘ ଦୀର୍ଘ ଦିନ ଧରି ଦାବି କରିଆସୁଛନ୍ତି। ଦାବିରେ ରହିଛି- ସାଧାରଣ ବର୍ଗ ଡାକ୍ତରଙ୍କ ସହ ସମାନ ଦରମା, ପଦୋନ୍ନତି, ସ୍ୱତନ୍ତ୍ର ସୁରକ୍ଷା ଆଇନ୍‌, ନ୍ୟୁନତମ ପ୍ରାଣୀ ଚିକିତ୍ସା ଭିତ୍ତିଭୂମି ଓ ମାନବ ସମ୍ବଳ ବ୍ୟବସ୍ଥା, ନିରବଛିନ୍ନ ଔଷଧ ବିତରଣ, ପ୍ରାଣୀ ରୋଗର ନିଦାନ ସୁବିଧା, ବିଶେଷଜ୍ଞ ଚିକିତ୍ସା, ଦ୍ୱାରାଦେଶରେ ନିଃଶୁଳ୍କ ପ୍ରାଣୀ ଚିକିତ୍ସା ପ୍ରମୁଖ ରହିଛି। ଏହି ସବୁ ଦାବି ପୂରଣ ପାଇଁ ଦୀର୍ଘ ଦିନ ଧି ସଂଘ ଦାବି କରିଆସୁଥିଲା। ହେଲେ ରାଜ୍ୟ ସରକାର ସଂଘର ଦାବି ପୂରଣ କରୁନଥିଲା। ଓଲଟା ତାଙ୍କ ଉପରେ ଦାଉ ସାଧିଛି। ପ୍ରାଣୀ ଚିକିତ୍ସକଙ୍କୁ ବଦଳି କରାଯାଉଥିଲା। ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟକୁ ସଂଘ ବିରୋଧ କରିଛି। ଦସ୍ତଖତ ସମ୍ୱଳିତ ସମୂହ ଇସ୍ତଫାପତ୍ର ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କୁ ପ୍ରଦାନ କରିଛନ୍ତି। ସମଗ୍ର ରାଜ୍ୟରୁ ଏପରି ଚିତ୍ର ଆସିଥିବା ଜଣାପଡ଼ିଛି।

Nabarangpur