/odisha-reporter/media/post_attachments/uploads/2016/06/dargha.jpg)
dargha
କଟକ: କଟକ ଜିଲ୍ଲା ନିଆଳି ମାଧବ ଗାଁରେ ଥିବା ମସଜିଦ୍ ଓ ଇଦ୍ଗା ପରିସରରେ ୧୪୪ ଧାରା ଜାରି କରାଯାଇଛି। ଗତ ଏପ୍ରିଲ ୧୧ ତାରିଖରେ ମସଜିଦରେ ନମାଜ ପଢ଼ାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ପୋଲିସ୍ ଓ ଶାନ୍ତି କମିଟି ସହାୟତାରେ ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଘଟଣାର ସମାଧାନ ହୋଇ ପାରି ନ ଥିଲା। ଆଇନଶୃଙ୍ଖଳାର ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ପୋଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ରାମଜାନ ମାସ ଚାଲିଥିବାରୁ ମୁସଲିମ ସମ୍ପ୍ରଦାୟର ଲୋକେ ଅନ୍ୟ ସ୍ଥାନରେ ନମାଜ ପାଠ କରୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
