/odisha-reporter/media/post_attachments/uploads/2016/02/tigar.jpg)
tigar
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୪ଟି ବାଘ କଲିକତା ଅଲିପୁର ଚିଡିଆଖାନା ଯାଇଛନ୍ତି। ବଦଳରେ ନନ୍ଦନକାନନକୁ ଏକ ପୁରୁଷ ଜିରାଫ ଅଣାଯିବ। କଲିକତା ଯାଇଥିବା ବାଘ ଚାରଟି ହେଲେ ରିଶି, ପାୟଲ, ସ୍ନେହାଶିଷ ଓ ଶିଲା। ଏମାନଙ୍କ ମଧ୍ୟରୁ ଦୁଇଟି ଅଣ୍ଡିରା ବାଘ ରହିଛନ୍ତି।
Advertisment
ଏମାନଙ୍କ ମଧ୍ୟରୁ ରିଶି ହେଉଛି ଧଳା ବାଘ। ପ୍ରଥମେ ସେମାନଙ୍କୁ ନିର୍ଦ୍ଦିଷ୍ଟ କେଜ୍ ଭିତରକୁ ଅଣାଯାଇ ଇଚ୍ଛା ମୁତାବକ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ତା’ପରେ ଆରମ୍ଭ ହୋଇଥିଲା ଯାତ୍ରା। ୪ଟି କେଜ୍କୁ ଗୋଟିଏ ଟ୍ରକରେ ରଖାଯାଇ ଆଲିପୁର ଚିଡ଼ିଆଖାନାକୁ ନିଆଯାଇଛି। ପ୍ରାଣୀ ଏକ୍ସଚେଞ୍ଜ ପ୍ରକ୍ରିୟା ଅନୁସାରେ ସେଠାରୁ ଗୋଟିଏ ପୁରୁଷ ଜିରାଫ ଅଣାଯିବ। କଡ଼ା ସୁରକ୍ଷା ମଧ୍ୟରେ ବାଘମାନଙ୍କୁ ନିଆଯାଇଛି। ସାଥୀରେ ଅଲିପୁର ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡାକ୍ତରୀ ଦଳ ମଧ୍ୟ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
